ETV Bharat / sitara

ତୈମୁରଙ୍କ କ୍ୟୁଟ ଭିଡିଓ ଭାଇରାଲ, ଗାଉଛନ୍ତି ବର୍ଥଡେ ଗୀତ

author img

By

Published : Nov 17, 2020, 12:31 PM IST

ସାଙ୍ଗର ବର୍ଥଡେ ସେଲିବ୍ରେଶନ କରିବାରେ ବ୍ୟସ୍ତ ତୈମୁର । ସୋସିଆଲ ମିଡିଆରେ ଛାଇଲା ତାଙ୍କ ନୂଆ ଭିଡିଓ । କମେଣ୍ଟ କରୁଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କରୀନା କପୁର ଖାନ ଓ ସୈଫ ଅଲ୍ଲୀ ଖାନଙ୍କ ଲାଡଲା ତୈମୁରଙ୍କ ଫ୍ୟାନ୍ସ ସଂଖ୍ୟା କମ୍ ନୁହେଁ । ସେ ଏମିତି ଷ୍ଟାର କିଡ୍ସ ଯିଏ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କର ସହ ସମ୍ପୃକ୍ତ ଥିବା କିଛି ନା କିଛି ଜିନିଷ ଭାଇରାଲ ହେଉଥାଏ । ସେ ନିଜ କ୍ୟୁଟ ଅନ୍ଦାଜ ପାଇଁ ସମସ୍ତଙ୍କ ମନ କିଣନ୍ତି । ଏଥର ମଧ୍ୟ ତାଙ୍କ ନୂଆ କଳା ଦେଖିବାକୁ ମିଳୁଛି । ଭାଇରାଲ ହେଉଛି ବର୍ଥଡେ ଗୀତ ଗାଉଥିବାର ତାଙ୍କର ଏକ ଭିଡିଓ । ଯେଉଁଥିରେ ସେ ବାପା-ମା'ଙ୍କ ସହ ନିଜ ବନ୍ଧୁଙ୍କ ଜନ୍ମଦିନ ପାଳନ କରୁଥିବାର ନଜର ଆସୁଛନ୍ତି ।

ଫ୍ୟାନକ୍ଲବ ପେଜରେ ସେୟାର ହୋଇଥିବା ଏହି ଭିଡିଓରେ ତୈମୁର ଚେୟାରରେ ବସି କେକ କାଟିବାକୁ ଅପେକ୍ଷା କରିଛନ୍ତି । ଆଉ କରୀନା, ସୈଫଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ନଜର ଆସୁଛନ୍ତି । ସେ କେକ କାଟିବାକୁ ଯାଉଥିବା ସମୟରେ ତୈମୁର ଜୋର ପାଟି କରି ହାପି ବର୍ଥଡେ ଟୁ ୟୁ ଗାଇବା ଆରମ୍ଭ କରିଛନ୍ତି । ତାଙ୍କ ଏହି ଭିଡିଓକୁ ଅନେକ ଲାଇକ୍ସ ମିଳିସାରିଲାଣି । ସେହିପରି ଜଣେ ଫ୍ୟାନ ଲେଖିଛନ୍ତି, ‘ସୋ କ୍ୟୁଟ ।’ ଆଉ ଜଣେ କମେଣ୍ଟରେ କହିଛନ୍ତି, ‘ଟିମ ୟୁ ଆର ସୋ କ୍ୟୁଟ ।’

ପ୍ରକାଶ ଥାଉକି ଦ୍ବିତୀୟଥର ବାପା-ମା' ହେବେ କରୀନା, ସୈଫ । ଯାହାକୁ ନେଇ ଉତ୍ସାହିତ ଏହି ଯୋଡି । ନିକଟରେ ସୋସିଆଲ ମିଡିଆରେ ଗର୍ଭବତୀ ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ କରୀନା । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସୁପରଷ୍ଟାର ଆମୀର ଖାନଙ୍କ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ । ଫିଲ୍ମର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.