ETV Bharat / sitara

କାର୍ତ୍ତିକଙ୍କ ‘ଭୁଲ ଭୁଲୈୟା 2’ରେ ତବ୍ବୁଙ୍କ ଏଣ୍ଟ୍ରି

author img

By

Published : Nov 16, 2019, 5:14 PM IST

ପୁଣି ହରର କମେଡି ଫିଲ୍ମ ନେଇ ପରଦାରେ ନଜର ଆସିବେ ତବ୍ବୁ । ସେ ନିର୍ଦ୍ଦେଶକ ଅନୀସ ବଜ୍ମୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା 2’ରେ ସାମିଲ ହୋଇଛନ୍ତି । ଫିଲ୍ମରେ କାର୍ତ୍ତିକ ଓ କିୟାରାଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ ।

ଡିଜାଇନ ଫଟୋ

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଓ କିୟାରା ଆଡଭାନୀଙ୍କ ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା 2’ ବର୍ତ୍ତମାନ ଚର୍ଚ୍ଚାରେ । 2007ରେ ରିଲିଜ ହୋଇଥିବା ଖିଲାଡି ଅକ୍ଷୟ କୁମାରଙ୍କ ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା’ ର ଏହା ରିମେକ ଫିଲ୍ମ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅନୀସ ବଜ୍ମୀ । ଇତିମଧ୍ୟରେ ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତବ୍ବୁ ଏଣ୍ଟ୍ରି କରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କିୟାରା ଆଡଭାନୀ

ଯାହାର ସୂଚନା କାର୍ତ୍ତିକ ଓ କିୟାରା ସୋସିଆଲ ମିଡିଆରେ ତବ୍ବୁଙ୍କ ଏକ ଫଟୋ ସେୟାର କରି ଦର୍ଶକଙ୍କୁ ଦେଇଛନ୍ତି । ଏହାସହ ସେ ‘ଭୁଲ ଭୁଲୈୟା 2’ର ଟିମରେ ତବ୍ବୁଙ୍କ ସ୍ବାଗତ ମଧ୍ୟ କରିଛନ୍ତି । କାର୍ତ୍ତିକ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଭୁଲ ଭୁଲୈୟା 2 ଦୁନିଆରେ ତବ୍ବୁ ମ୍ୟାମଙ୍କୁ ସ୍ବାଗତ । ଆମେ ଫିଲ୍ମ ସୁଟିଂ କରିବାକୁ ବ୍ୟାକୁଳ ।’

ସେହିପରି କିୟାରା ମଧ୍ୟ ଟ୍ବିଟରରେ ଲେଖିଛନ୍ତି, ‘ଭୁଲ ଭୁଲୈୟା 2ର ଏହି ଅନୋଖା ଟିମରେ ତବ୍ବୁ ମ୍ୟାମ ଆପଣଙ୍କୁ ସ୍ବାଗତ । ଆଉ ଆପଣଙ୍କ ସହ ଆମେ ସୁଟିଂ କରିବାକୁ ଉତ୍ସାହିତ ।’ ପ୍ରକାଶ ଥାଉକି ନିର୍ମାତା ରୂପେ କାମ କରୁଛନ୍ତି ଭୂଷଣ କୁମାର, କୃଷ୍ଣା କୁମାର ଓ ମୁରାଦ ଖୈତାନୀ । ଆସନ୍ତା ବର୍ଷ ଜୁଲାଇ 31ରେ ଭୁଲ ଭୁଲୈୟାର ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.