ମୁମ୍ବାଇ: କଣ୍ଟ୍ରୋର୍ଭସି ଅଭିନେତ୍ରୀ ସ୍ବରା ଭାସ୍କର ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯିଏ ରାଜନୀତିକ ଏବଂ ସାମାଜିକ ପ୍ରସଙ୍ଗ ଉପରେ ଖୁଲମଖୁଲା ନିଜ ପକ୍ଷ ରଖନ୍ତି । ନିଜର ଏହି ଅଭ୍ୟାସ ପାଇଁ ସ୍ବରା ଅନେକ ଥର ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୁଅନ୍ତି । ଏଥର ମଧ୍ୟ ଏମିତି ହିଁ କିଛି ଦେଖିବାକୁ ମିଳିଛି ।
ସେ ଏକ ଏମିତି ଆର୍ଟିକଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ମୋଗଲ ଭାରତକୁ ଧନଶାଳୀ ଦେଶ ରୂପେ ସ୍ଥାପନ କରିଥିଲେ । ତାଙ୍କ ଦ୍ବାରା ସେୟାର ହୋଇଥିବା ଏହି ଆର୍ଟିକଲ ଅନୁଯାୟୀ ମୋଗଲ ବିଜେତା ରୂପେ ଭାରତ ଆସିଥିଲେ କିନ୍ତୁ ସେ ଉପନିବେଶବାଦୀ ନୁହେଁ ବଂର ଭାରତୀୟ ରୂପେ ସ୍ମରଣ କରାଯାଉଛନ୍ତି । ସେମାନେ ବାଣିଜ୍ୟ, ବିକାସିତ ରାସ୍ତା, ସମୁଦ୍ର ମାର୍ଗ, ବନ୍ଦରକୁ ପ୍ରୋତ୍ସାହିତ କରିଥିଲେ । ମୋଗଲ ଯୁଗରେ ହିନ୍ଦୁ ସାମାଜ୍ର୍ୟ ସବୁଠାରୁ ଧନୀ ଥିଲେ ।
ଏହାପରେ ଆଉ କଣ ଥିଲା ସ୍ବରାଙ୍କ ଏହି ଟ୍ବିଟ ପରେ ସୋସିଆଲ ମିଡିଆରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୟୁଜର୍ସ ସ୍ବରାଙ୍କୁ ପ୍ରଶ୍ନ ଘେରରେ ଠିଆ କରି ଆଲୋଚନା କରିଥିଲେ । ୟୁଜର୍ସ ଲେଖିଛନ୍ତି, ମୋଗଲ ହିନ୍ଦୁଙ୍କୁ ହତ୍ୟା କରିଥିଲେ, ଦେଶକୁ ଲୁଟିଥିଲେ ଏବଂ ଆପଣଙ୍କୁ ଲାଗୁଛି ଯେ ସେମାନେ ଆମ ଦେଶକୁ ଧନଶାଳୀ କରିଛନ୍ତି ।
ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "କଣ ରାଣୀ ଲକ୍ଷ୍ମୀବାଈ, ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ ଭଳି ଲୋକଙ୍କୁ ଆପଣ କଣ ମୁର୍ଖ ଭାବୁଛନ୍ତି ।" ମୋଗଲଙ୍କ ସମର୍ଥନ କରିବାକୁ ସ୍ବରାଙ୍କ ଉପରେ ଅନେକ ଲୋକ ନାରାଜ ନଜର ଆସୁଛନ୍ତି ।