ମୁମ୍ବାଇ: ରିଆ ଚକ୍ରବର୍ତ୍ତୀ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି । ଏଥିରେ ରିୟା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରାଯାଇଛି ।
ଏହି ସମୟରେ ଅଭିନେତ୍ରୀ ସ୍ୱରା ଭାସ୍କର କହିଛନ୍ତି ଯେ, ସୁଶାନ୍ତଙ୍କ ମାମଲାରେ ରିୟାଙ୍କୁ ବିପଜ୍ଜନକ ମିଡିଆ ଟ୍ରୋଲର ଶିକାର କରାଯାଉଛି ।
ସ୍ୱରା ରିୟାଙ୍କ ସମର୍ଥନରେ ଟୁଇଟ୍ କରି କହିଛନ୍ତି, ରିୟାଙ୍କୁ ଏକ ବିପଦପୂର୍ଣ୍ଣ ମିଡିଆ ଟ୍ରୋଲର ଶିକାର କରାଯାଉଛି ଯାହା ଜନତାଙ୍କ ଦ୍ୱାରା ପରିଚାଳିତ ହେଉଛି । ମୁଁ ଆଶା କରୁଛି ମାନ୍ୟବର ସୁପ୍ରିମକୋର୍ଟ ଏଥିପ୍ରତି ଧ୍ୟାନ ଦେବେ ଏବଂ ଷଡଯନ୍ତ୍ରର କାହାଣୀ ସୃଷ୍ଟି କରୁଥିବା ଫେକ ଖବର ନିର୍ମାତା ତଥା ରିପବ୍ଲିକ ଇଣ୍ତିଆ ସମେତ ଅନ୍ୟମାନଙ୍କ ଉପରେ କଟକଣା ଲଗାଇବେ ।
ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ମଧ୍ୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ ଗଣମାଧ୍ୟମ ଭୁଲ ଭାବରେ ଏହି ମାମଲାର ଶୁଣାଣି କରିବାକୁ ଚେଷ୍ଟା କରୁଛି । ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ରାଜନୈତିକ ଏଜେଣ୍ଡା ଭାବରେ ବ୍ୟବହାର ନକରିବାକୁ ସୁନିଶ୍ଚିତ କରିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ।