ମୁମ୍ବାଇ: ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ନିଜ ବୟାନ ପାଇଁ ବିବାଦ ଘେରରେ ଆସିଥାଆନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ରହିବା ସହ ସାମାଜିକ ପ୍ରସଙ୍ଗ ଉପରେ ନିଜ ମତ ମଧ୍ୟ ରଖୁଥିବାର ଦେଖାଯାଆନ୍ତି । ଇତିମଧ୍ୟରେ ସ୍ବରାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ ।
କଥାଟି ହେଲା କି ସେ ଖୁବଶୀଘ୍ର ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ଓ ଦିବ୍ୟ ଦତ୍ତଙ୍କ ସହ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଫର୍ଜ ଆରଫି ଅନସାରୀଙ୍କ ଆଗାମୀ ଫିଲ୍ମ ‘ଶେର ଖୁରମା’ରେ ଏହି ତିନି ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ନିଜ ଫେଭରେଟ ଅଭିନେତ୍ରୀଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ସ୍ବରା ନିର୍ଦ୍ଦେଶ ଫର୍ଜଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।
ଇନଷ୍ଟାଷ୍ଟୋରୀରେ ଦୁଇଟି ଫଟୋ ସେୟାର କରି ସ୍ବରା ଲେଖିଛନ୍ତି, "ମୋର ଦୁଇ ଫେଭରେଟ ପ୍ରେରଣାଦାୟକ ଅଭିନେତ୍ରୀଙ୍କ ସହ କାମ କରିବାକୁ ମୋତେ 10 ବର୍ଷ ଲାଗିଗଲା ।"
ସ୍ବରା ସେୟାର କରିଥିବା ଦୁଇଟି ଫଟୋରୁ ଗୋଟିଏରେ ସେ ଶବାନା ଓ ଦିବ୍ୟାଙ୍କ ସହ ସେଲ୍ଫି ପୋଜରେ ନଜର ଆସୁଥିବାବେଳେ ଆଉ ଏକ ଫଟୋରେ ସେ କେବଳ ଶବାନାଙ୍କ ସହ ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ‘ଶେର ଖୁରମା’ ଫିଲ୍ମଟି ସମଲିଙ୍ଗୀ ପ୍ରେମ କାହାଣୀକୁ ନେଇ ଆଧାରିତ । ସୁରେଖା ସିକ୍ରି ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଫର୍ଜ ସାଇଲେଣ୍ଟ ଫିଲ୍ମ ‘ସିସାକ’ ତିଆରି କରିସାରିଛନ୍ତି । ଏହି ଫିଲ୍ମ ଜରିଆରେ ସେ ନିଜ ନିର୍ଦ୍ଦେଶନାର ପରିଚୟ ଦର୍ଶକଙ୍କୁ ଦେଇଥିଲେ ।
‘ସିସାକ’ ଫିଲ୍ମଟି 200ରୁ ଅଧିକା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ଯାତ୍ରା କରିସାରିଛି । ଯେଉଁଥିରେ କାନ୍ସ, ୱିକଟ କ୍ବେର ଏବଂ ଫିଲ୍ମଆଉଟ ସାନ ଡିଏଗୋ ଫିଲ୍ମ ମହୋତ୍ସବ ସାମିଲ ଅଛି ।