ମୁମ୍ବାଇ: “ବିଷାକ୍ତ ବିହାରୀ ପରିବାର” ମନ୍ତବ୍ୟ ଇଣ୍ଟରନେଟରେ ଉତ୍ତେଜନା ସୃଷ୍ଟି କରୁଥିବାବେଳେ ସୁଶାନ୍ତଙ୍କ ଭିଣୋଇ ସୋସିଆଲ ମିଡିଆରେ ଏହି ଧାରଣାକୁ ଖଣ୍ଡନ କରି ଏହାକୁ 'ବିଷାକ୍ତ ସାମ୍ବାଦିକତା' ବୋଲି କହିଛନ୍ତି ।
ଏକ ବ୍ଲଗ୍ ପୋଷ୍ଟରେ ସୁଶାନ୍ତଙ୍କ ଭିଣୋଇ ବିଶାଲ କ୍ରିତି ଲେଖିଛନ୍ତି, ଅନେକ ଲୋକ ଜାଣନ୍ତି ଯେ, ସୁଶାନ୍ତ ଅଭିନେତ୍ରୀ ଅଙ୍କିତାକୁ 6 ବର୍ଷ ଧରି ଡେଟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ପରିବାରର ପ୍ରାୟ ସମସ୍ତେ ଏବଂ ମୋ ପତ୍ନୀ ଅଙ୍କିତାଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି । କିନ୍ତୁ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଇଁ ଏକ "ଶତ୍ରୁପୂର୍ଣ୍ଣ ପରିବେଶ" ସୃଷ୍ଟି କରିଥିଲେ ।
ନିଜର ମତକୁ ଦୃଷ୍ଟିରେ ରଖି ବିଶାଲ ଆହୁରି କହିଥୁଲେ, ମୁଁ ବିହାରର ଅଟେ ଏବଂ ମୋର ପତ୍ନୀଙ୍କ ପ୍ରତି ମୋର ପିତାମାତାଙ୍କର କୌଣସି ବିଷାକ୍ତ ମନୋଭାବ ନାହିଁ । ଯିଏ କି ମୋର ବିବାହ ପୂର୍ବରୁ ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ମୋର ଗର୍ଲଫ୍ରେଣ୍ଡ ଥିଲା ଏବଂ ଆମେ ତେର ବର୍ଷ ଧରି ବିବାହ ବନ୍ଧନରେ ଅଛୁ ।
ଏଥିସହିତ ରିୟାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ 'ମହିଳା ବିରୋଧୀ' ନୁହେଁ ।