ମୁମ୍ବାଇ: ବାନ୍ଦ୍ରା ପୋଲିସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ତାଙ୍କ ସହ ସମ୍ପୃକ୍ତ ଥିବା ସବୁ ଲୋକଙ୍କ ବୟାନ ରେକର୍ଡ କରାଯାଉଛି । ଏଯାବତ 13ରୁ ଅଧିକ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି ପୋଲିସ ।
ଇତିମଧ୍ୟରେ ତାଙ୍କ ଆତ୍ମହତ୍ୟାକୁ ନେଇ ତଥ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ, ପୋଲିସ ଯାଞ୍ଚରେ ଜଣାପଡିଛି ଯେ ସୁଶାନ୍ତ ଫାଶି ଲଗାଇବା ପାଇଁ ପ୍ରଥମେ ଏକ ବେଲ୍ଟ ବ୍ୟବହାର କରିଥିଲେ । ଯାହା ଫାଟି ଯାଇଥିଲା । ଯାହା ପରେ ସେ ଆତ୍ମହତ୍ୟା ପାଇଁ ସବୁଜ ରଙ୍ଗର କୁର୍ତା ବ୍ୟବହାର କରିଥିଲେ ।
ଏବେ ପୋଲିସ ଯାଞ୍ଚରେ ଜାଣିବାକୁ ଚାହୁଁଛି ଯେ କଣ କୁର୍ତା ସୁଶାନ୍ତଙ୍କ ଶରୀରର ଓଜନ ସମ୍ଭାଳି ପାରିଥିଲା । ଏହା ଜାଣିବା ପାଇଁ ବେଲ୍ଟ ଓ କୁର୍ତା କାଲିନା ଫରେନ୍ସିକ ଲ୍ୟାବ ପଠାଯାଇଛି ।
ପ୍ରକାଶ ଥାଉକି ପୋଲିସର ସନ୍ଦେହ ସେହି ସମୟରେ ବଢିଯାଇଥିଲା ଯେବେ ବେଲ୍ଟ ଦୁଣ ଖଣ୍ଡ ହୋଇ ତଳ ପଡିଥିଲା । କିନ୍ତୁ ସୁଶାନ୍ତଙ୍କ ମୃତ ଶରୀରର ବେଡ ଉପରେ ଥିଲା । ସେହିପରି ରୁମରେ ଉପସ୍ଥିତ ଥିବା ଲୋକ କୁର୍ତାରେ ଝୁଲିଥିବା ତାଙ୍କ ମୃତ ଶରୀରକୁ ତଳକୁ କାଢିଥିଲେ ।