ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଆସନ୍ତା 24 ତାରିଖରେ ରିଲିଜ ହେବାକୁ ଯାଉଛି । ତାଙ୍କ ଶେଷ ଫିଲ୍ମ ରିଲିଜ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜନା ସାଙ୍ଘୀ । ଇତିମଧ୍ୟରେ ସଞ୍ଜନା ସୋସିଆଲ ମିଡିଆରେ ଏକ ଭଏସ ନୋଟ ସେୟାର କରି ଚର୍ଚ୍ଚାରେ । ଏହାକୁ ପୋଷ୍ଟ କରି ସେ ଫ୍ୟାନ୍ସଙ୍କୁ ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିବା ବିଷୟରେ କହିଛନ୍ତି ।
- " class="align-text-top noRightClick twitterSection" data="
">
ଅଡିଓ ନୋଟ ସେୟାର କରି ସଞ୍ଜନା ପୋଷ୍ଟରେ ଲେଖିଛନ୍ତି, ‘ଏବେ ମୁଁ ଏକ ଭିନ୍ନ ଦୃଷ୍ଟିକୋଣରୁ ସବୁ କିଛି ଦେଖିବାକୁ ଚେଷ୍ଟା କରୁଛି । ଭାବିଲି ଆପଣଙ୍କ ସହ କିଛି କଥା ହେବି ବୋଲି । ଏହି ସମୟରେ ଯନ୍ତ୍ରଣା ବହୁତ । ଏହା ସବୁ ଏକୁଟିଆ କରିବା କଷ୍ଟଦାୟକ । ନିଜକୁ ଏହି ଜିଦିରୁ ମୁକ୍ତି କରିଦେବା । ଏହି କଷ୍ଟକୁ ଟିକେ କମ କରିଦେବା । ବ୍ଲକବଷ୍ଟର କରିବାର ଅଛି ତ ଆପଣଙ୍କ ପ୍ରେମରେ ହୋଇଯିବ । ସବୁବେଳେ ବକ୍ସ ଅଫିସର ଆବଶ୍ୟକ ପଡେ ନାହିଁ । ସ୍କ୍ରିନ ସାଇଜ ବିଷୟରେ ଭାବିବା ନାହିଁ ବରଂ ସୁଶାନ୍ତଙ୍କ ଅଭିନୀତ ଏହି ଶେଷ ଫିଲ୍ମ ଉପରେ ଧ୍ୟାନ ଦେବା । ଏହାକୁ ସେଲିବ୍ରେଟ କରିବା ।’
ସେହିପରି ସେ ଅଡିଓ କ୍ଲିପରେ କହିଛନ୍ତି, ‘ସୁଶାନ୍ତଙ୍କୁ ପୁଣିଥରେ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ତାଙ୍କ ହୃଦୟକୁ ଛୁଇଁଛି । ଫିଲ୍ମକୁ ପୁରା ଟିମ ଦେଢ ବର୍ଷ ଏକାଠି ପରିଶ୍ରମ କରି ଏକ ମାଷ୍ଟରପିସ ନିର୍ମାଣ କରିଛନ୍ତି ।’