ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ କଡାକଡି ଯାଞ୍ଚ ଚାଲିଛି । ସିବିଆଇ ସବୁ ଜିନିଷ ଉପରେ ଯାଞ୍ଚ କରୁଛି। ସିବିଆଇ ଯାଞ୍ଚ ବ୍ୟତୀତ ସୁଶାନ୍ତଙ୍କ ମାମଲାରେ ଏଯାବତ ଅନେକ ଖୁଲାସା ହୋଇସାରିଲାଣି । ଏବେ ପୁରା ମାମଲା ଆତ୍ମହତ୍ୟା ମାମଲାରୁ ହଟି ହତ୍ୟା ଉପରେ ଆସିକି ଅଟକିଛି । ସେହିପରି ସିବିଆଇ କେସରେ ମୁଖ୍ୟ ସନ୍ଦିଗ୍ଧ ତଥା ମୃତ୍ୟୁ ଦିନ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିବା 4 ଜଣଙ୍କୁ ପଚରାଉଚରା କରିଛି ।
ଏହାସହ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ମୃତଦେହ ଦେଖିବାକୁ ପହଞ୍ଚିଥିବା ମିଷ୍ଟ୍ରି ଗାର୍ଲଙ୍କ ଖୁବ୍ ଚର୍ଚ୍ଚା ଚାଲିଛି । ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ସେହି ଝିଅ ଜଣଙ୍କ ସସସ୍ତଙ୍କ ପାଇଁ ରହସ୍ୟ ଘେରରେ ଅଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ସେହି ମିଷ୍ଟ୍ରି ଗାର୍ଲ ରିଆ ଚକ୍ରବର୍ତ୍ତୀଙ୍କ ବନ୍ଧୁ ତଥା ଅଭିନେତ୍ରୀ ଶିବାନୀ ଦାଣ୍ଡେକର ।
-
This is NOT me nor is it Simone! Please fact check before you speculate .. this is his PR person Radhika Nihalani @radhikahuja and her assistant. Stop with the fake news! Enough! My silence doesn’t give you the right to continue spreading lies and hate https://t.co/AyVeelxuel
— shibani dandekar (@shibanidandekar) August 23, 2020 " class="align-text-top noRightClick twitterSection" data="
">This is NOT me nor is it Simone! Please fact check before you speculate .. this is his PR person Radhika Nihalani @radhikahuja and her assistant. Stop with the fake news! Enough! My silence doesn’t give you the right to continue spreading lies and hate https://t.co/AyVeelxuel
— shibani dandekar (@shibanidandekar) August 23, 2020This is NOT me nor is it Simone! Please fact check before you speculate .. this is his PR person Radhika Nihalani @radhikahuja and her assistant. Stop with the fake news! Enough! My silence doesn’t give you the right to continue spreading lies and hate https://t.co/AyVeelxuel
— shibani dandekar (@shibanidandekar) August 23, 2020
ହେଲେ ଏହାକୁ ଖଣ୍ଡନ କରି ଶିବାନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ସେହି ମିଷ୍ଟ୍ରିଂ ଗାର୍ଲ ମୁଁ ନିହେଁ କିମ୍ବା ସିମୋନ ମଧ୍ୟ ନୁହେଁ । କେହି ସନ୍ଦେହ କରିବା ପୂର୍ବରୁ ପ୍ରଥମ ସଠିକ୍ ଯାଞ୍ଚ କରିନିଅ । ସେହି ଝିଅ ଜଣକ ସୁଶାନ୍ତଙ୍କ ପିଆର ପର୍ସନ ଓ ଆସିଷ୍ଟେଣ୍ଟ ରାଧିକା ନିହାଲାନି । ଫେକ ନ୍ୟୁଜ ଦେଖିବା ବନ୍ଦ କର । ଏବେ ବହୁତ ହୋଇଗଲା । ମୋ ଚୁପ ରହିବାର ଅର୍ଥ ଏହା ନୁହେଁ କି ଆପଣଙ୍କୁ ଅନୁମତି ଦେଉଛି ମିଛ ଓ ଉଡା ଖବର ପ୍ରଚାର କରିବାକୁ।’
ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ