ETV Bharat / sitara

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା, ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବ ଇଡି

author img

By

Published : Aug 7, 2020, 9:47 AM IST

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବ ଇଡି। ରିୟା ତାଙ୍କ ମୁମ୍ବାଇରେ କିଣିଥିବା ଦୁଇଟି ପ୍ରମୁଖ ସମ୍ପତ୍ତିରେ ଅର୍ଥ ବିନିଯୋଗ ପାଇଁ ସ୍କାନରରେ ଆସିଛନ୍ତି । ଅଧିକ ଖବର ପଢନ୍ତୁ...

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା, ରିୟା ଚକ୍ରୋବର୍ତ୍ତୀଙ୍କୁ ଜେରା କରିବ ଇଡି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ ତଥା ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବ ଇଡି। ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଶୁକ୍ରବାର ରିୟାଙ୍କୁ ବିଭିନ୍ନ ପ୍ରଶ୍ନ କରିବେ। ଗୁରୁବାର ଦିନ ପ୍ରାୟ 10 ଘଣ୍ଟା ଧରି ଇଡି ରିୟାଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କୁ ପଚରାଉଚୁରା କରିବାର ଗୋଟିଏ ଦିନ ପରେ ଏହି ଖବର ଆସିଛି।

ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଏଜେନ୍ସି ସମ୍ମୁଖରେ ରହିବାକୁ ଇଡି ମଧ୍ୟ ରିୟାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଏବଂ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ଡକାଇଛନ୍ତି। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତର ଏକ ଅଂଶ ଭାବରେ ମୁମ୍ବାଇ ପୋଲିସ ପୂର୍ବରୁ ଶ୍ରୁତିଙ୍କ ବିବୃତ୍ତି ରେକର୍ଡ କରିଥିଲା।

ରିୟା ତାଙ୍କ ମୁମ୍ବାଇରେ କିଣିଥିବା ଦୁଇଟି ପ୍ରମୁଖ ସମ୍ପତ୍ତିରେ ଅର୍ଥ ବିନିଯୋଗ ପାଇଁ ସ୍କାନରରେ ଆସିଛନ୍ତି । ସୂଚନାନୁସାରେ, ଇଡି ନିକଟରେ ଦୁଇଟି ଖବର ରହିଛି ଯେ ରିୟା ନିକଟରେ ମୁମ୍ବାଇରେ 2ଟି ସମ୍ପତ୍ତିରେ ଅର୍ଥ ବିନିଯୋଗ କରିଛନ୍ତି। ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏହାର ଅନୁସନ୍ଧାନ କରାଯାଉଛି ଯେ ରିୟା ତାଙ୍କ ପୁଅର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଯାଇଛି।

ରିପୋର୍ଟ ଅନୁଯାୟୀ, ଏଜେନ୍ସି ଅଭିନେତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ, ଆର୍ଥିକ ବିବରଣୀ, ବିନିଯୋଗ କପି ଏବଂ କାର୍ଯ୍ୟ ସମ୍ବନ୍ଧୀୟ ବିବରଣୀ ବିଷୟରେ ପ୍ରଶ୍ନ କରିବ ବୋଲି ଆଶା କରାଯାଉଛି। ଇଡି ଦ୍ୱାରା ପଚରାଉଚରା ପରେ ଅନେକ ଲୁକ୍କାୟିତ ତଥ୍ୟ ବାହାରକୁ ଆସିବ ବୋଲି ଆଶା କରାଯାଉଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ରିୟା ମେ 28, 2018 ରେ ମୁମ୍ବାଇର ଖର ଇଷ୍ଟରେ 76 ଲକ୍ଷ ଟଙ୍କା ମୂଲ୍ୟର ଫ୍ଲାଟ କିଣିଥିଲେ। ଏହି ଫ୍ଲାଟର କ୍ଷେତ୍ର 354 ବର୍ଗଫୁଟ, ଯେଉଁଥି ପାଇଁ ସେ 3.80 ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଥିଲେ । ଜୁନ୍ 14 ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତଙ୍କ ମୃତଦେହ ମିଳିଥଲା। ମୃତ୍ୟୁର ଏକ ମାସ ପରେ ରିୟା ସୁଶାନ୍ତଙ୍କ ପ୍ରେମିକା ଓ ପରେ ଏକ ଭିଡିଓ ବାର୍ତ୍ତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ନିବେଦନ କରି ସିବିଆଇ ତଦନ୍ତ ପାଇଁ ଦାବି କରିବା ସହ ସତ୍ୟର ହିଁ ଜୟ ହେବ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.