ETV Bharat / sitara

ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ମିଛ କହୁଛନ୍ତି, ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ସମ୍ପର୍କୀୟ

ସିବିଆଇକୁ ଦେଇଥିବା ଷ୍ଟେଟମେଣ୍ଟରେ ମିଛ କହିଛନ୍ତି ସିଦ୍ଧାର୍ଥ । ଏହିପରି ଅଭିଯୋଗ ଲଗାଇ ସିଦ୍ଧାର୍ଥଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକଲେ ସମ୍ପର୍କୀୟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 25, 2020, 5:07 PM IST

ମୁମ୍ବାଇ: ନିକଟରେ ସିବିଆଇ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଜେରା କରିଥିଲେ । ଏହି ଯାଞ୍ଚରେ ସିଦ୍ଧାର୍ଥ ଜୁନ 14 ତାରିଖର ସବୁ ତଥ୍ୟ ସିବିଆଇକୁ ଦେଇଥିବାର ଶୁଣିବାକୁ ମିଳୁଛି । ହେଲେ ସିଦ୍ଧାର୍ଥ ମିଛ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ।

କଥାଟି ହେଲା ଯେ ସିଦ୍ଧାର୍ଥ ବୟାନ ଦେଇଥିଲେ, ‘ଜୁନ 14 ସକାଳ 10.30 ମଧ୍ୟରେ ମୁଁ ହଲରେ କାମ କରୁଥିଲି । ଆଉ 10.30ରେ କେଶବ ମତେ କହିଥିଲେ ସୁଶାନ୍ତ ସାର କବାଟ ଖୋଲୁନାହାଁନ୍ତି । ମୁଁ ଦିପେଶଙ୍କୁ ଡକାଇ ପରେ ଦୁଇଜଣ ଯାଇ ସୁଶାନ୍ତଙ୍କ କବାଟ ଠକ ଠକ କରିଥିଲୁ । ସେହି ସମୟରେ ମତେ ମୀତୁ ଦିଦିଙ୍କ କଲ ଆସିଥିଲା । ସେ କହିଲେ ଯେ ସୁଶାନ୍ତଙ୍କୁ ସେ କଲ କରିଥିଲେ ହେଲେ ସେ ଫୋନ ଉଠାଉନାହାଁନ୍ତି। ମୁଁ ମିତୁ ଦିଦିଙ୍କୁ କହିଥିଲି ଆମେ ମଧ୍ୟ କବାଟ ପିଟୁଛୁ ସେ କବାଟ ଖୋଲୁନାହାଁନ୍ତି ଆପଣ ଜଲଦି ଆସନ୍ତୁ । ଚାବିବାଲାକୁ ଡାକି କବାଟ ଖୋଲିବା ପରେ ରୁମ ଭିତର ଅନ୍ଧାର ଥିଲା । ଲାଇଟ ଲଗାଇ ଦେଖିବା ବେଳକୁ ସୁଶାନ୍ତ ସବୁଜ ରଙ୍ଗର ସ୍କ୍ରାପରେ ଝୁଲୁଥିବାର ଦେଖାଯାଉଥିଲେ । ଆଉ ତାଙ୍କ ଘର ଲୋକ କହିବା ଦ୍ବାରା ଆମେ ଫ୍ୟାନରୁ ତାଙ୍କ ମୃତଦେହ ତଳକୁ କାଢି ଥିଲୁ।’

ସେପଟେ ସିଦ୍ଧାର୍ଥଙ୍କ ଏହି କଥାକୁ ଖଣ୍ଡନ କରି ସୁଶାନ୍ତଙ୍କ ପରିବାରର ସେହି ସମ୍ପର୍କୀୟ କହିଛନ୍ତି ସେ ମିଛ କହୁଛନ୍ତି । କାରଣ ପରିବାର ତରଫରୁ କେହି ମଧ୍ୟ ତାଙ୍କୁ କହିନଥିଲେ ସୁଶାନ୍ତଙ୍କୁ ରଶିରୁ ତଳକୁ କାଢିବା ପାଇଁ । ସେହିପରି ସୁଶାନ୍ତଙ୍କ ପରିବାର ଲୋକ ଦିଲ୍ଲୀରୁ ମୁମ୍ବାଇରେ ଜୁନ 14ରେ ବିଳମ୍ବିତ ସନ୍ଧ୍ୟାରେ ପହଞ୍ଚିଥିଲେ । କୋରୋନା ସଙ୍କଟ ପାଇଁ ମୁମ୍ବାଇରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା । ସେଠାରେ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ ମୃତଦେହ କୂପର ହସ୍ପିଟାଲ ନିଆସରିଥିଲା ।

ଖାଲି ଏତିକି ନୁହେଁ ସମ୍ପର୍କୀୟ ଜଣଙ୍କ ଅଭିଯୋଗ ଲଗାଇ କହିଛନ୍ତି ଯେ ସୁଶାନ୍ତଙ୍କ ରୁମ ଚାବି କେମିତି ଗାୟବ ହେଲା । ପରିବାରର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ଯେ ଫ୍ଲାଟରେ ସମସ୍ତେ ଥିବା ବେଳେ କିପରି ସୁଶାନ୍ତଙ୍କ ରୁମ ଚାବି ଗାୟବ ହୋଇପାରିବ । ସିଦ୍ଧାର୍ଥ ୱାର୍କ ଫ୍ରମ ହୋମରେ କାମ କରୁଥିଲେ । ଚାବିବାଲାକୁ ଡାକି ତାଲା ଭାଙ୍ଗିବା ପରେ ସିଦ୍ଧାର୍ଥ ତାଙ୍କୁ କାହିଁକି ଭିତରକୁ ଛାଡିନଥିଲେ। ହୁଏତଃ ସିଦ୍ଧାର୍ଥ କିଛି ଲୁଚାଉଛନ୍ତି ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.