ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଭାର ସମ୍ଭାଳୁଛି ସିବିଆଇ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଅନୁସନ୍ଧାନ ବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ନିକଟରେ ଏକ ନୂତନ ଖବର ସାମ୍ନାନାକୁ ଆସିଛି ଯେ, ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉ ଥିଲେ ।
ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିୟାଙ୍କ ଚାଟ୍ ରେକର୍ଡକୁ ସିବିଆଇ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ହସ୍ତାନ୍ତର କରିଦେଇଛି ।
ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ଡ୍ରଗ୍ ଆଙ୍ଗେଲର ତଦନ୍ତ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏକ ମାମଲା ଦାଏର କରିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ରିୟାଙ୍କ ‘ଡ୍ରଗ୍ ସର୍କଲ୍’ଏନଡିପିସି ଆର୍ଟ ଅଧିନରେ ବୁକ୍ ହୋଇଛି ।
ରିୟାଙ୍କ ଠାରୁ ମିଳିଥିବା ହ୍ବାଟ୍ସଆପ୍ ଚାଟ୍ ସୂଚାଇ ଦେଇଛି ଯେ, ସୁଶାନ୍ତଙ୍କୁ ଡ୍ରଗ୍ ଦେବା ପାଇଁ ରିୟା କେହି ଜଣେ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଉଥିଲେ । ଏହାପୂର୍ବରୁ ରିୟା ସୁଶାନ୍ତଙ୍କୁ ସିବିଡି ଅୟେଲ ମଧ୍ୟ ଦେଉଥିବାର ଖବର ଆସିଥିଲା । ଯାହା ନିଷେଧ ଏବଂ ବେଆଇନ ଅଟେ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ହ୍ବାଟସଆପ୍ ଚାଟ୍ ଆଉଟ୍ ହେବା ପରେ ସିବିଆଇ ଖୁବ୍ ଶୀଘ୍ର ରିୟା, ଶ୍ରୁତି ମୋଦୀ, ଜୟା ସାହା ଏବଂ ଦୀପେଶ ସାୱନ୍ତଙ୍କୁ ଡକାଇ ପାରେ ।