ETV Bharat / sitara

ସୁଶାନ୍ତଙ୍କ ଶେଷ ଫିଲ୍ମକୁ ଦେଖି ଇମୋସନାଲ ହେଲେ ପରିବାର - ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରକୁ ଦେଖି

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ଜୁଲାଇ 24 ରେ ମୁକ୍ତିଲାଭ କରିଛି । ସୁଶାନ୍ତଙ୍କ ପୁରା ପରିବାର ଏକାଠି ବସି ଏହି ଫିଲ୍ମ ଦେଖିଥିଲେ । ଏହି ସମୟ ମଧ୍ୟରେ ସମସ୍ତେ ଇମୋସନାଲ ହୋଇଥିଲେ । ଅଧିକ ପଢନ୍ତୁ...

sushant singh family watch his last movie
ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରକୁ ଦେଖି ଇମୋସନାଲ ହେଲେ ପରିବାର
author img

By

Published : Jul 26, 2020, 7:59 AM IST

ସାହରସା:ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ମୁକ୍ତିଲାଭ କରିଛି । ସୁଶାନ୍ତଙ୍କ ପୁରା ପରିବାର ଏକାଠି ବସି ଏହି ଫିଲ୍ମ ଦେଖିଥିଲେ । ଏହି ସମୟ ମଧ୍ୟରେ ସମସ୍ତେ ଇମୋସନାଲ ହୋଇ ସୁଶାନ୍ତଙ୍କୁ ବହୁତ ମିସ୍ କରିଥଲେ ।

ବାସ୍ତବରେ, ସୁଶାନ୍ତଙ୍କ ବଡ ଭାଇ, ବିଜେପି ବିଧାୟକ ନୀରଜ କୁମାର ତାଙ୍କ ପୁରା ପରିବାର ସହିତ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ ।

ଫିଲ୍ମ ଦେଖିବା ପରେ ନୀରଜ କହିଛନ୍ତି, ଏହା ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର । ସୁଶାନ୍ତ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ପ୍ରଂଶସକମାନଙ୍କୁ ବହୁତ କିଛି ବାର୍ତ୍ତା ଦେଇଥାନ୍ତି । ମୁଁ ଚାହେଁ ସମସ୍ତେ ଏହି ଫିଲ୍ମକୁ ଦେଖିନ୍ତୁ । ଯଦିଓ ଆମେ ଚାହୁଁଥିଲୁ ଏହି ଚଳଚ୍ଚିତ୍ରଟି ବଡ ପରଦାରେ ରିଲିଜ୍ ହେଉ କିନ୍ତୁ, କରୋନା ଯୋଗୁଁ ଏହା ଅନଲାଇନରେ ମୁକ୍ତିଲାଭ କରିଥିଲା ​​। ତଥାପି, ଏହି ଚଳଚ୍ଚିତ୍ର ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ।

ପ୍ରକାଶ ଥାଉ କି, ସୁଶାନ୍ତ ଏକ ଛୋଟ ଗାଁରୁ ବାହାରି ମାୟାନାଗରୀରେ ପହଞ୍ଚି ଅଳ୍ପ ସମୟ ମଧ୍ୟରେ ନିଜର କଠିନ ପରିଶ୍ରମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ବହୁତ କମ୍ ବୟସରେ ସେ ଆମ ସମସ୍ତଙ୍କୁ ଅଲବିଦା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.