ETV Bharat / sitara

ସୁଶାନ୍ତ ମାମଲା: ପଡୋଶୀ ବିରୋଧରେ ସିବିଆଇକୁ ଚିଠି ଲେଖିଲେ ରିଆ

author img

By

Published : Oct 13, 2020, 5:24 PM IST

ଆକ୍ସନ ମୁଡରେ ରିଆ । ତାଙ୍କ ବିରୋଧରେ ମିଥ୍ୟା ବୟାନ ଦେଇଥିବା ପଡୋଶୀ ଡିମ୍ପଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିବିଆଇକୁ ଅପିଲ କଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରୁ ଜାମିନ ପାଇବା ପରେ ବର୍ତ୍ତମାନ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ପଡୋଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମଙ୍ଗଳବାର ସିବିଆଇକୁ ଅନୁରୋଧ କରିଛନ୍ତି ଯେ ତାଙ୍କ ପଡ଼ୋଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ। କାରଣ ତାଙ୍କ ବିରୋଧରେ ମନଗଢା କାହାଣୀ କହି ସମସ୍ତଙ୍କୁ ଭ୍ରମିତ କରିଛନ୍ତି ପଡୋଶୀ । ଯାହାକୁ ନେଇ ବର୍ତ୍ତମାନ ସେ କ୍ରୋଧିତ।

ଏହି ମାମଲାରେ ରିଆ ତାଙ୍କ ଓକିଲ ସତୀଶ ମନାସିନ୍ଦେଙ୍କ ଦ୍ବାରା ଜାରି ଏକ ଚିଠିରେ କହିଛନ୍ତି, ‘ଡିମ୍ପଲ ଥୱାନି ମୋ ବିରୋଧରେ ମିଥ୍ୟା ଏବଂ ଗୁରୁତର ଅଭିଯୋଗ ଆଣି ତଦନ୍ତକୁ ବିପଥଗାମୀ କରିଛନ୍ତି। ଜୁନ୍ 13 ରେ ସୁଶାନ୍ତ ମତେ ମୋ ଘରକୁ ଛାଡିବାକୁ ଯାଇଥିବା ବୟାନ ସମ୍ପୂର୍ଣ୍ଣ ମିଛ। ଏଥି ନିମନ୍ତେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ।’

ପ୍ରକାଶ ଥାଉକି ରିଆଙ୍କ ଏହି ଚିଠି ପରେ ତାଙ୍କ ପଡୋଶୀ ଡିମ୍ପଲଙ୍କ ସହ ସମ୍ପର୍କ କରାଯାଇଛି । ହେଲେ ଏଯାବତ ଡିମ୍ପଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.