ETV Bharat / sitara

ରିଆଙ୍କୁ ମିଳିଲା ଜାମିନ, ଜେଲରେ ରହିବେ ସୌଭିକ

author img

By

Published : Oct 7, 2020, 11:40 AM IST

ଶେଷରେ ରିୟାଙ୍କୁ ମିଳିଲା ବେଲ । ଦୀର୍ଘ ଏକ ମାସ ହେବ ଡ୍ରଗ୍ସ ସମ୍ବନ୍ଧୀୟ କେସ ପାଇଁ ଜେଲରେ ଥିଲେ ରିୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ପାଖାପାଖି ଏକ ମାସ ପରେ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ ସମ୍ବନ୍ଧୀୟ କେସରେ ଏନସିବି ଦ୍ବାରା ଗିରଫ ହୋଇଥିବା ରିଆ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଆଉ 14 ଦିନ ଜେଲରେ ରହିବାକୁ ପଡ଼ିବ ବୋଲି ଚର୍ଚ୍ଚା ଧରିଥିଲା । ମଙ୍ଗଳବାର ଏନଡିପିଏସ କୋର୍ଟ ନ୍ୟାୟିକ ହେପାଜତକୁ ଅକ୍ଟୋବର 20 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ହେଲେ ଇତିମଧ୍ୟରେ ଖବର ସାମ୍ନାକୁ ଆସୁଛି ଯେ ରିଆଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଜୁନ 14ରେ ବାନ୍ଦ୍ରା ଆପାର୍ଟମେଣ୍ଟରେ ମୃତଦେହ ମିଳିଥିବା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆୟୋଜନ ଅଭିଯୋଗରେ ରିଆଙ୍କୁ ସେପ୍ଟେମ୍ବର 8ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। ଯାହାପରେ ରିଆଙ୍କ ଓକିଲ ସତୀଶ ବମ୍ବେ ହାଇକୋର୍ଟରେ ଜାମିନ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ଆଜି (ବୁଧବାର) କରାଯାଇଛି । ଆଉ ଏଥିରେ ରିଆଙ୍କ ଜାମିନକୁ ମଞ୍ଜୁର କରିଛନ୍ତି କୋର୍ଟ ।

ପ୍ରକାଶ ଥାଉକି ରିଆଙ୍କ ସହ ଗିରଫ ହୋଇଥିବା ସାମୁଏଲ ମିରାଣ୍ଡା, ଅବ୍ବଦୁଲ ବାସିଷ୍ଟ ପରିହାରଙ୍କୁ ମଧ୍ୟ ଜାମିନ ମିଳିଛି । ହେଲେ ସୌଭିକଙ୍କୁ ଏଯାବତ ଜାମିନ ପ୍ରଦାନ କରାଯାଇନାହିଁ । ତାଙ୍କ ଜାମିନ ଯାଚିକାକୁ ଖାରଜ କରିଦିଆଯାଇଛି । ସେ ଆଉ କିଛି ଦିନ ଜେଲରେ ରହିବେ । ଏହା ପୂର୍ବରୁ କୋର୍ଟ ସେପ୍ଟେମ୍ବର 29 ରେ ଶୁଣାଣି କରିଥିଲେ, ଯାହା ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ରିଆ ସେପ୍ଟେମ୍ବର 8 ରୁ ମୁମ୍ବାଇର ଭାଇକୁଲ୍ଲା ଜେଲରେ ନ୍ୟାୟିକ ହେପାଜତରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.