ETV Bharat / sitara

ଜୁନ 14ରେ ସୁଶାନ୍ତଙ୍କ ଘରେ ଥିବା 2ଟି ଆମ୍ବୁଲାନ୍ସର ଖୁଲାସା କଲେ ଡ୍ରାଇଭର - sushant case know why two ambulances were present at late actor house

ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘର ବାହାରେ ଦୁଇଟି ଆମ୍ବୁଲାନ୍ସ ଆସିଥିଲା । ଯାହା ଉପରେ ଲୋକ ପ୍ରଶ୍ନ ଉଠାଉଥିଲେ । ତେବେ ବର୍ତ୍ତମାନ ପ୍ରକାଶ ପାଇଛି ଯେ, ପ୍ରଥମ ଆମ୍ବୁଲାନ୍ସରେ କିଛି ବୈଷୟିକ ତ୍ରୁଟି ଥିବାରୁ ଦ୍ୱିତୀୟ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡକାଯାଇଥିଲା । ଅଧିକ ପଢନ୍ତୁ...

sushant case know why two ambulances were present at late actor house drivers explain
ଜୁନ 14 ରେ ସୁଶାନ୍ତଙ୍କ ଘରେ ଥିବା 2ଟି ଆମ୍ବୁଲାନ୍ସର ଖୁଲାସା କଲେ ଡ୍ରାଇଭର
author img

By

Published : Aug 30, 2020, 5:39 PM IST

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଦିନ ଅର୍ଥାତ୍ ଜୁନ୍ 14 ରେ, ତାଙ୍କ ଘର ବାହାରେ ଦୁଇଟି ଆମ୍ବୁଲାନ୍ସ କାହିଁକି ଥିଲା? ସମସ୍ତେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲେ ।

ତେବେ ବର୍ତ୍ତମାନ ପ୍ରକାଶ ପାଇଛି ଯେ, ପ୍ରଥମ ଆମ୍ବୁଲାନ୍ସରେ କିଛି ବୈଷୟିକ ତ୍ରୁଟି ଥିବାରୁ ଦ୍ୱିତୀୟ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡକାଯାଇଥିଲା ।

ପ୍ରଥମ ଆମ୍ବୁଲାନ୍ସର ଡ୍ରାଇଭର ସାହିଲ କହିଛନ୍ତି ଯେ, ତାଙ୍କ ଆମ୍ବୁଲାନ୍ସରେ ଥିବା ଟ୍ରଲି ଭାଙ୍ଗି ଯାଇଥିଲା ତେଣୁ ତାଙ୍କୁ ବଦଳାଇବାକୁ ଡକାଯାଇଥିଲା ।

ଦ୍ୱିତୀୟ ଆମ୍ବୁଲାନ୍ସର ଡ୍ରାଇଭର ଅକ୍ଷୟ କହିଛନ୍ତି ଯେ, ସେ ପୋଲିସ ଠାରୁ ଏକ କଲ ପାଇଥିଲେ ଏବଂ ଅନ୍ୟ ଆମ୍ବୁଲାନ୍ସ ର ଟ୍ରଲି ଭାଙ୍ଗିବା ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା ।

ଅକ୍ଷୟ ଆହୁରି କହିଛନ୍ତି ଯେ, ଅନେକ ଲୋକ ତାଙ୍କୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ସମ୍ପୃକ୍ତ ଥିବା ଅଭିଯୋଗ କରୁଛନ୍ତି । ଏଥିସହିତ ଲୋକ ତାଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ସୁଶାନ୍ତଙ୍କ ପିତା କେ.କେ ସିଂ ସ୍ୱର୍ଗତ ଅଭିନେତା ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଆତ୍ମହତ୍ୟା ଏବଂ ଟଙ୍କା ଠକେଇ ମାମଲା ରୁଜୁ କରିଛନ୍ତି । ଯେଉଁଥି ପାଇଁ ରିୟାଙ୍କୁ ଆଜି ତୃତୀୟ ଥର ପାଇଁ ସିବିଆଇ ପଚରାଉଚରା କରୁଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.