ETV Bharat / sitara

‘ଚାଷୀ ଆମର ପ୍ରକୃତ ହିରୋ’

author img

By

Published : Feb 6, 2021, 9:34 AM IST

ଭାଇରାଲ ହେଲା ଶାହରୁଖଙ୍କ ପୁରୁଣା ଭିଡିଓ । କୃଷକଙ୍କୁ ଦେଶର ପ୍ରକୃତ ହିରୋ କହୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ମୁମ୍ବାଇ: ଦେଶରେ ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଶାନ୍ତ ହେବାର ନାଁ ନେଉନାହିଁ । ବିଦେଶରେ ମଧ୍ୟ ଏହାର ସମର୍ଥନରେ ସାମ୍ନାକୁ ଆସିବାରେ ଲାଗିଛନ୍ତି ଲୋକେ। ଅନେକ ବିଦେଶୀ ସେଲିବ୍ରିଟି ଏପର୍ଯ୍ୟନ୍ତ ଟ୍ବିଟ କରି ନିଜର ସମର୍ଥନ ଜଣାଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ କିଛି ଲୋକ ସେମାନଙ୍କୁ ବିରୋଧ କରୁଛନ୍ତି ଏବଂ ଆଉ କିଛି ସମର୍ଥନ କରୁଥିବାର ଦେଖାଯାଉଛନ୍ତି। ତେବେ ଅନେକ ବଲିଉଡ ସେଲିବ୍ରିଟି ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଶାହାରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶାହାରୁଖଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଯେଉଁଥିରେ ସେ ଦେଶର ଚାଷୀଙ୍କ ବିଷୟରେ କହୁଛନ୍ତି। ଭିଡିଓରେ ଶାହରୁଖ ଏହା କହୁଥିବାର ନଜର ଆସୁଛନ୍ତି, ‘ଆମର କୃଷକ ଭାଇ ଓ ଭଉଣୀ, ଆପଣ ଆମ ଦେଶର ପ୍ରକୃତ ହିରୋ ତୁମେମାନେ କଠିନ ପରିଶ୍ରମ କରୁଛ । ମୁଁ ଦିଲ୍ଲୀ ଏବଂ ମୁମ୍ବାଇର, ତେଣୁ ବୋଧହୁଏ ଗାଁ ବିଷୟରେ ମୋର ଅଧିକ ଜ୍ଞାନ ନାହିଁ । କିନ୍ତୁ ମୁଁ ବୁଝିପାରୁଛି ଯେ ଆପଣ ବହୁତ ପରିଶ୍ରମ। ଆପଣ ଖରା, ବର୍ଷକୁ ଖାତିରି ନକରି କାମ କରିଚାଲିଛି । ବାସ୍ତବରେ ଆପଣମାନେ ହିରୋ।’

ପ୍ରକାଶ ଥାଉକି ଶାହରୁଖଙ୍କ ଏହି ଭିଡିଓକୁ କିଛି ସୋସିଆଲ ମିଡିଆ ୟୁଜର ନୂଆ ଭିଡିଓ କହି ସେୟାର କରିଛନ୍ତି । ହେଲେ ଏହି ଭିଡିଓ 2017 ଅଗଷ୍ଟ 6 ତାରିଖର । ସେହି ସମୟରେ ଶାହରୁଖ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହା କହିଥିଲେ । ଆପଣ ବି ଦେଖନ୍ତୁ ଭିଡିଓ...

  • किसानों के सम्मान में..
    शाहरुख खान के मैदान में...🚜
    pic.twitter.com/x1uLKdzKHs

    — Manu Azad (@manuazad_) February 5, 2021 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.