ମୁମ୍ବାଇ: ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ସମସ୍ତଙ୍କ ମନ କିଣୁଥିବା ବି-ଟାଉନର ଭାଇଜାନ ସଲମାନ ଖାନଙ୍କ ଆଉ ଏକ ଦକ୍ଷତା ହେଲା ଭଲ ପେଣ୍ଟିଂ କରିବା । ଯାହାକୁ ନେଇ ଚର୍ଚ୍ଚା । ସଲମାନ ଭଲ ପେଣ୍ଟର ବୋଲି ତାଙ୍କ ଫ୍ୟାନ୍ସଙ୍କୁ ଜଣା । ଇତିମଧ୍ୟରେ ତାଙ୍କୁ ନେଇ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି।
-
Awkward embarrassed n yet delighted, honoured, privileged n over the moon to display my work amongst such great artist n legends like Raja Ravi Varma, Abanindranath Tagore, & VS Gaitonde. In all humility, thank u for the honour!@gitanjalimaini@googlearts @agpworld #AGPWorld https://t.co/0pQjNYGrE5
— Salman Khan (@BeingSalmanKhan) February 26, 2021 " class="align-text-top noRightClick twitterSection" data="
">Awkward embarrassed n yet delighted, honoured, privileged n over the moon to display my work amongst such great artist n legends like Raja Ravi Varma, Abanindranath Tagore, & VS Gaitonde. In all humility, thank u for the honour!@gitanjalimaini@googlearts @agpworld #AGPWorld https://t.co/0pQjNYGrE5
— Salman Khan (@BeingSalmanKhan) February 26, 2021Awkward embarrassed n yet delighted, honoured, privileged n over the moon to display my work amongst such great artist n legends like Raja Ravi Varma, Abanindranath Tagore, & VS Gaitonde. In all humility, thank u for the honour!@gitanjalimaini@googlearts @agpworld #AGPWorld https://t.co/0pQjNYGrE5
— Salman Khan (@BeingSalmanKhan) February 26, 2021
କଥାଟି ହେଲା ଯେ ସଲମାନଙ୍କ ପେଣ୍ଟିଂ ପ୍ରଦର୍ଶନରେ ଲାଗିବାକୁ ଯାଉଛି । ଯାହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସଲମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ପେଣ୍ଟିଂ ବେଙ୍ଗାଲୁରୁର ଏକ କଳା ପ୍ରଦର୍ଶନୀରେ ରଖାଯିବ । ସଲମାନ ନିଜେ ଏହି ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି।
ସେ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ସମ୍ମାନିତ ଏବଂ ଗର୍ବିତ ଅନୁଭବ କରୁଛି ଯେ ମୋର ପେଣ୍ଟିଂ ରାଜା ରବି ବର୍ମା, ଅବିନନ୍ଦ୍ରନାଥ ଟାଗୋର ଏବଂ ଭି.ଏସ୍ ଗାୟାତୁଣ୍ଡେ ଭଳି ଚିତ୍ରକରଙ୍କ କଳାକୃତି ମଧ୍ୟରେ ସ୍ଥାନ ପାଇବ । ଏହି ସମ୍ମାନ ପାଇ ମୁଁ ନମ୍ର ଭାବରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।’
ପ୍ରକାଶ ଥାଉକି ଫେବୃଆରୀ 27ରୁ 10 ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏକ ପେଣ୍ଟିଂ ପ୍ରଦର୍ଶନୀରେ ତାଙ୍କ ପେଣ୍ଟିଂ ପ୍ରଖ୍ୟାତ ଚିତ୍ରକରଙ୍କ ପେଣ୍ଟିଂ ସହିତ ପ୍ରଦର୍ଶନ କରାଯିବ । ସନ୍ଦୀପ ଏବଂ ଗୀତାଞ୍ଜଳି ମେନ୍ ଫାଉଣ୍ଡେସନ ଗ୍ୟାଲେରୀ ସହିତ ଏହି ପେଣ୍ଟିଂ ପ୍ରଦର୍ଶନୀ ଆୟୋଜନ କରାଯିବ ।