ETV Bharat / sitara

‘ରାଧେ’କୁ ଡକାୟତି ସାଇଟ୍ସରେ ନଦେଖିବାକୁ ସଲମାନଙ୍କ ଅନୁରୋଧ

author img

By

Published : May 17, 2021, 8:55 AM IST

‘ରାଧେ’ ମେକର୍ସଙ୍କ ଚିନ୍ତା ବଢାଇଛି କିଛି କୁଖ୍ୟାତ ଅନଲାଇନ ସାଇଟ୍ । ଯେଉଁଥିରେ ଲିକ୍ ହୋଇସାରିଛି ‘ରାଧେ’ । ଏବେ ସଲମାନ ଫ୍ୟାନ୍ସଙ୍କୁ କରିଛନ୍ତି ଏମିତି ଅପିଲ । ଅଧିକ ପଢନ୍ତୁ...

‘ରାଧେ’କୁ ଡକାୟତି ସାଇଟ୍ସରେ ନଦେଖିବାକୁ ସଲମାନଙ୍କ ଅନୁରୋଧ
‘ରାଧେ’କୁ ଡକାୟତି ସାଇଟ୍ସରେ ନଦେଖିବାକୁ ସଲମାନଙ୍କ ଅନୁରୋଧ

ମୁମ୍ବାଇ: ଇଦ ଅବସରରେ ରିଲିଜ ହୋଇଥିଲା ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ । ଆଉ ରିଲିଜର କିଛି ଘଣ୍ଟା ମଧ୍ୟରେ ଅନଲାଇନ୍ ଲିକ ହୋଇଥିଲା ଫିଲ୍ମର ଏଚଡି ଭିଡିଓ । ଯାହାକୁ ନେଇ ଚିନ୍ତାରେ ଆସିଯାଇଥିଲେ ମେକର୍ସ । ଇତିମଧ୍ୟରେ ଦର୍ଶକଙ୍କୁ ପାଇରେଟେଡ ସାଇଟ୍ସରେ ଫିଲ୍ମ ନଦେଖିବାକୁ ଅନୁରୋଧ କରିଛନ୍ତି ।

ସେ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆମ ଫିଲ୍ମ ରାଧେକୁ ଦେଖାଇବା ପାଇଁ 249 ଟଙ୍କା ମୂଲ୍ୟରେ ଆପଣଙ୍କୁ ପ୍ରସ୍ତାବ ଦେଇଛୁ | ଏହା ସତ୍ତ୍ବେ ଡକାୟତି ହୋଇଥିବା ସାଇଟଗୁଡିକ ରାଧେକୁ ବେଆଇନ ଭାବରେ ଷ୍ଟ୍ରିମ୍ କରୁଛନ୍ତି, ଯାହା ଏକ ଗୁରୁତର ଅପରାଧ । ଏହି ସମସ୍ତ ବେଆଇନ ଡକାୟତି ସାଇଟଗୁଡିକ ବିରୋଧରେ ସାଇବର ସେଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦୟାକରି ଡକାୟତିରେ ଅଂଶଗ୍ରହଣ କରନ୍ତୁ ନାହିଁ, ନଚେତ୍ ସାଇବର ସେଲ୍ ମଧ୍ୟ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆପଣ ସାଇବର ସେଲ୍ ସହିତ ବହୁତ ଅସୁବିଧାରେ ପଡିବେ ।’

ପ୍ରକାଶ ଥାଉକି କୋରୋନା ପ୍ରକୋପ ପାଇଁ ଓଟିଟି ପ୍ଲାଟଫର୍ମ ଜି5ରେ ଫିଲ୍ମ ରିଲିଜ କରିଛନ୍ତି ମେକର୍ସ । ସେହିପରି ଅନ୍ତର୍ଜାତୀୟ ସିନେମାହଲରେ ମଧ୍ୟ ରିଲିଜ ହୋଇଛି ଫିଲ୍ମ। ଯାହାକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.