ETV Bharat / sitara

ଦୁବାଇ ନୁହେଁ ଇସ୍ତାନବୁଲରେ ସୁଟିଂ ହେବ ‘ଟାଇଗର 3’ର ଆକ୍ସନ ସିନ୍ସ - ଇଗର ଫ୍ରାଞ୍ଚାଇଜର ‘ଟାଇଗର 3’

‘ଟାଇଗର 3’କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଆକ୍ସନ ସିନ୍ସ ଏଥର ଇସ୍ତାନବୁଲରେ ସୁଟିଂ କରିବେ ମେକର୍ସ । ପୂର୍ବରୁ ଦୁବାଇରେ ହେବାର ପ୍ଲାନିଂ କରାଯାଇଥିଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 10, 2021, 11:09 AM IST

ମୁମ୍ବାଇ:ସଲମାନ ଖାନ ପପୁଲାର ଟାଇଗର ଫ୍ରାଞ୍ଚାଇଜ ଖୁବଶୀଘ୍ର ‘ଟାଇଗର 3’ ନେଇ ଫେରିବାକୁ ଯାଉଛି । ଯେଉଁଥିରେ ପୁଣି ସଲମାନଙ୍କ ସହ କ୍ୟାଟ୍ରିନା କୈଫ ରୋମାନ୍ସ ଦେଖିବାକୁ ମିଳିବ । ‘ଟାଇଗର 3’ର ସୁଟିଂକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଫିଲ୍ମର ଅଧିକାଂଶ ଆକ୍ସନ ସିନ୍ସ ଏବେ ତୁର୍କୀର ରାଜଧାନୀ ଇସ୍ତାନବୁଲରେ ହେବ । ପୂର୍ବରୁ ୟୁଏଇରେ ସୁଟିଂ କରିବାର ଯୋଜନା କରିଥିଲେ ମେକର୍ସ । ଏବେ ଫିଲ୍ମର ସୁଟିଂକୁ ନେଇ ଯୋଜନା ପରିବର୍ତ୍ତନ କରାଯାଇଛି ।

ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନା ଏବଂ ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମକୁ ନେଇ ଉତ୍ସାହିତ ଦର୍ଶକ । ଗତ ବର୍ଷ ଏହାର ଘୋଷଣା କରିଥିଲେ ନିର୍ମାତା। ସେପଟେ ସଲମାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଅନ୍ତିମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ଖୁବଶୀଘ୍ର ସୁଟିଂ ଶେଷ କରି ଇସ୍ତାନବୁଲ ଯାତ୍ରା କରିବେ ।

ସେହିପରି କ୍ୟାଟ୍ରିନା ମଧ୍ୟ ‘ଫୋନ ବୁଥ୍‌’ର ସୁଟିଂ କରୁଛନ୍ତି । ଯେଉଁଥିରେ ତାଙ୍କ ସହ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.