ETV Bharat / sitara

ନୂଆ ଲୁକରେ ସମସ୍ତଙ୍କୁ ଦିୱାନା କଲେ ହ୍ରିତିକ - ହ୍ରିତିକ ରୋଶନଙ୍କ ପୋଷ୍ଟରେ କମେଣ୍ଟ କଲେ ପ୍ରୀତି ଜିଣ୍ଟା

ଭାଇରାଲ ହେଉଛି ହ୍ରିତିକଙ୍କ ନୂଆ ଲୁକ । ଯେଉଁଥିରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି କମେଣ୍ଟ କରିବାରେ ଲାଗିଛନ୍ତି । ଦାଢି କାଟି ହ୍ୟାଣ୍ଡସମ ନଜର ଆସୁଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ଯ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ଯ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 1, 2020, 8:42 AM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ସବୁବେଳେ ହ୍ୟାଣ୍ଡସମ ଦେଖାଯାଆନ୍ତି । ବୟସ ବଢିବା ସହ ସେ ଆହୁରି ଯୁବକ ହେବାରେ ଲାଗିଛନ୍ତି । ସେ ଯେବେ ମଧ୍ୟ ସୋସିଆଲ ମିଡିଆରେ କିଛି ପୋଷ୍ଟ କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟେ । ଏଥର ପୁଣି ତାଙ୍କ ହ୍ୟାଣ୍ଡସମ ଅବତାର ଦେଖିବାକୁ ମିଳୁଛି । ନିଜ ନୂଆ ଲୁକ ଭିଡିଓ ପୋଷ୍ଟ କରି ସେ ଫ୍ୟାନ୍ସଙ୍କ ସହ ସେଲିବ୍ରିଟିଙ୍କ ମନ ମଧ୍ୟ କିଣିଛନ୍ତି । ମଜାଦାର କଥା ହେଲା ଦାଢି କାଟି ଦେଇଥିବାରୁ ତାଙ୍କ ଲୁକରେ ଫିଦା ଅନେକ ସେଲିବ୍ରିଟି ।

ଭାଇରାଲ ହେଉଥିବା ତାଙ୍କ ଏହି ଭିଡିଓରେ କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ସମସ୍ତେ । ଖାଲି ଏତିକି ନୁହେଁ ତାଙ୍କ ଏହି ପୋଷ୍ଟରେ ଏଯାବତ 2 ମିଲିୟନ ଭ୍ୟୁ ମିଳିସାରିଲାଣି ।

ସେପଟେ ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା କମେଣ୍ଟରେ ଲେଖିଛନ୍ତି, ‘ପରିଶେଷରେ ।’ ଆଉ ଶାହିଦ କପୁର ଲେଖିଛନ୍ତି, ‘ଓ’ । ତାଙ୍କ ସହ ଫିଲ୍ମ ‘ସୁପର 30’ରେ ଅଭିନୟ କରିସାରିଥିବା ଅଭିନେତ୍ରୀ ମୃଣାଳ ଠାକୁର ହାର୍ଟ ଇମୋଜି କମେଣ୍ଟରେ ପୋଷ୍ଟ କରିଛନ୍ତି ।

ପ୍ରକାଶ ଥାଉକି ରବିବାର ହ୍ରିତିକ ଇନଷ୍ଟାଗ୍ରାମରେ ଦାଢି କାଟିବା ପୂର୍ବରୁ ଏକ ଫଟୋ ପୋଷ୍ଟ କରିଥିଲେ । ଆଉ ସମସ୍ତଙ୍କୁ ଜଣାଇଥିଲେ ସେ ଦାଢି କାଟିବାକୁ ଯାଉଛନ୍ତି । ଶେଷଥର ତାଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ହିଟ୍ ଫିଲ୍ମ ‘ୱାର’ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ପରଦାରେ ଦମଦାର ଆକ୍ସନ ସିନ କରିଥିଲେ ଟାଇଗର ଶ୍ରଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.