ETV Bharat / sitara

ହ୍ରିତିକଙ୍କୁ କ୍ରାଇମବ୍ରାଞ୍ଚର ସମନ, ରେକର୍ଡ ହେବ ବୟାନ - ମୁମ୍ବାଇ କ୍ରାଇମ ବ୍ରାଞ୍ଚ ନ୍ୟୁଜ

ହ୍ରିତିକ ରୋଶନଙ୍କୁ ମିଳିଲା ସମନ । କଙ୍ଗନାଙ୍କ ସହ ଥିବା ତାଙ୍କ ବିବାଦରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରେକର୍ଡ କରିବ ତାଙ୍କ ବୟାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 26, 2021, 10:12 AM IST

ମୁମ୍ବାଇ: ନିକଟରେ ସୁପରଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରଣାୱତଙ୍କ ସମ୍ପୃକ୍ତ ଥିବା ମାମଲା ସାଇବର ସେଲ କ୍ରାଇମବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଦାୟିତ୍ବରେ ଥିବା ଏବଂ ମୁମ୍ବାଇର ଯୁଗ୍ମ ପୋଲିସ କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଅନୁଯାୟୀ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଏଫଆଇଆର ଯାଞ୍ଚ କରିଥାଆନ୍ତେ । ଇତିମଧ୍ୟରେ ହ୍ରିତିକଙ୍କୁ ସମନ ପଠାଇଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ରେକର୍ଡ ହେବ ତାଙ୍କ ବୟାନ ।

ଶୁକ୍ରବାର ହ୍ରିତିକ ବୟାନ ଦେବା ପାଇଁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଫିସ ଯିବେ । ହ୍ରିତିକ 2016 ମସିହାରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅଭିନେତ୍ରୀ ତାଙ୍କୁ 100ରୁ ଅଧିକ ମେଲ ପଠାଇ ତାଙ୍କୁ ହଇରାଣ କରିଥିଲେ। ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କ ଠୁ ସବୁ କିଛି ଶୁଣିବାକୁ ଚାହୁଁଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଙ୍ଗନାଙ୍କ ଆକାଉଣ୍ଟରୁ ହ୍ରିତିକଙ୍କୁ ଇମେଲ କରାଯାଇଛି। ଏହା ପରେ କଙ୍ଗନାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା।

ତେବେ ଅଧିକାରୀ ଆହୁରି କହିଛନ୍ତି ଯେ ହ୍ରିତିକଙ୍କୁ ଇମେଲ ପଠାଇବାକୁ ଖଣ୍ଡନ କରିଥିଲେ କଙ୍ଗନା। ସେପଟେ ହ୍ରିତିକ ତାଙ୍କ ମୋବାଇଲ ଏବଂ ଲାପଟପ ମଧ୍ୟ ଦାଖଲ କରିଥିଲେ, କିନ୍ତୁ ସେଥିରୁ କିଛି ମିଳିନଥିଲା। ଏହି ମେଲଗୁଡିକ 2013 ରୁ 2014 ମଧ୍ୟରେ ପଠାଯାଇଥିଲା । ଏହା ପରେ 2016ରେ କଙ୍ଗନାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ ହ୍ରିତିକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.