ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ବର୍ତ୍ତମାନ ଯାହାକୁ ନେଇ ସେ ଚର୍ଚ୍ଚାରେ । ଦୁଇଟି ମହଙ୍ଗା ବଙ୍ଗଳା ଜଲସା ଏବଂ ପ୍ରତୀକ୍ଷା ପରେ ସେ ଆଉ ଏକ ମହଙ୍ଗା ଘର କିଣିଛନ୍ତି । ଏହା ସହିତ ଅମିତାଭଙ୍କ ନୂଆ ପଡୋଶୀକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି । କାରଣ ଏଥର ତାଙ୍କ ପଡୋଶୀ ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ ସାଜିଛନ୍ତି।
ଜଲସା ଏବଂ ପ୍ରତିକ୍ଷା ସମେତ ମୁମ୍ବାଇର ସମସ୍ତ ସମ୍ପତ୍ତି ଏବଂ ବଙ୍ଗଳାର ମାଲିକ ଅମିତାଭ ମାୟାନାଗରୀରେ ଆଉ ଏକ ସୁନ୍ଦର ସମ୍ପତ୍ତି ନିଜ ନାଁରେ କରିଛନ୍ତି। ଯାହାର ମୂଲ୍ୟ ଗଣମାଧ୍ୟମ ରିପୋର୍ଟରେ 31 କୋଟି ବୋଲି କୁହାଯାଇଛି।
ହେଲେ ବଙ୍ଗଳାଠୁ ଅଧିକ ତାଙ୍କ ପଡୋଶୀ ସନ୍ନିଙ୍କୁ ନେଇ ଚର୍ଚ୍ଚା । କାରଣ ଅମିତାଭ ଯେଉଁ ନୂଆ ବଙ୍ଗଳା ନେଇଛନ୍ତି ସେହି ଅଞ୍ଚଳରେ ସନ୍ନିଙ୍କ ଘର ମଧ୍ୟ ଅଛି। ତାଙ୍କ ଏହି ସମ୍ପତ୍ତି ସନ୍ନିଙ୍କ ଘର ସହିତ ଅତି ନିକଟ ଅଟେ । ଯାହାଦ୍ବାରା ଦୁହେଁ ଏବେ ପରସ୍ପରର ପଡୋଶୀ ହେବାକୁ ଯାଉଛନ୍ତି ।