ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ସୋସିଆଲ ମିଡିଆର ପପୁଲାର ଷ୍ଟାରକିଡ୍ସ ମଧ୍ୟରେ ଅନ୍ୟତମ । ସେ ପ୍ରାୟତଃ ଦେଶର ଅନେକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସନ୍ତି । ଇତିମଧ୍ୟରେ ସେ ସୁପ୍ରିମକୋର୍ଟରେ ଦୁଷ୍କର୍ମ ମାମଲାରେ ବିଚାରପତିଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରତିକ୍ରିୟା ଦେଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଡିଷ୍ଟର୍ବିଂ ।’ ତେବେ କଥାଟି ହେଲା ଯେ ଜଣେ ସରକାରୀ କର୍ମଚାରୀ ଜଣେ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଏବଂ ସୋମବାର ସେମାନଙ୍କ ଶୁଣାଣିରେ ଏସସି ବେଞ୍ଚ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ସେ ଝିଅକୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି କି ?
ଏପରି ପ୍ରଶ୍ନ ପଚାରାଯିବାକୁ କ୍ରୋଧିତ ନଜର ଆସୁଛନ୍ତି ଅନେକ ସେଲିବ୍ରିଟି । ନବ୍ୟାଙ୍କ ପୂର୍ବରୁ ତାପସୀ ପନ୍ନୁ ଓ ସୋନା ମହାପାତ୍ର ମଧ୍ୟ ରାଗ ପ୍ରକାଶ କରିଥିଲେ ।