ETV Bharat / sitara

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଅମିତାଭଙ୍କ ନାତୁଣୀ - ନବ୍ୟା ନବେଲି ନନ୍ଦାଙ୍କ ପ୍ରତିକ୍ରିୟା

ମହିଳାଙ୍କ ପୋଷାକ ଉପରେ ବୟାନ ଦେଇଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ଯାହାର ବିରୋଧ କରିଛନ୍ତି ନବ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନବ୍ୟା ନବେଲି ନନ୍ଦା

author img

By

Published : Mar 18, 2021, 8:51 AM IST

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଯାହାଦ୍ବାରା ସେ ଏବେ ଲିଙ୍ଗଗତ ସମାନତା ତଥା ମାନବିକ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ବୁଧବାର ସେ ରିପଡ୍ ଜିନ୍ସ ଉପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନବ୍ୟା ନବେଲି ନନ୍ଦା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନବ୍ୟା ନବେଲି ନନ୍ଦା

ଆଉ କହିଛନ୍ତି ଯେ ସେ ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କାରଣ ସିଏମ୍ ଦାବି କରିଥିଲେ ଯେ ମହିଳାମାନେ ରିପଡ୍ ଜିନ୍ସ ପିନ୍ଧି ସଠିକ୍ ବାର୍ତ୍ତା ପଠାଉ ନାହାଁନ୍ତି। ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ସେ ଏହି କଥା କହିଥିଲେ।

ଏହି ବିବୃତ୍ତିକୁ ବିରୋଧ କରି ନବ୍ୟା ରିପଡ୍ ଜିନ୍ସରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଆମର ପୋଷାକ ବଦଳାଇବା ପୂର୍ବରୁ ଆପଣଙ୍କ ମାନସିକତା ପରିବର୍ତ୍ତନ କରନ୍ତୁ । କାରଣ ଏଠାରେ ଏକମାତ୍ର ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହିପରି ବାର୍ତ୍ତା ସମାଜକୁ ପଠାଯାଉଛି । ମୁଁ ସବୁବେଳେ ରିପଡ୍ ଜିନ୍ସ ପିନ୍ଧିବି । ଧନ୍ୟବାଦ ଆଉ ମୁଁ ଏପରି ପୋଷାକ ଗର୍ବର ସହିତ ପିନ୍ଧିବି ।’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.