ETV Bharat / sitara

ଟ୍ବିଟରରେ ସୌମିତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଗ ବି - ସୌମିତ୍ର ଚାଟାର୍ଜୀଙ୍କ ମୃତ୍ୟୁ ଦୁଃଖ ପ୍ରକାଶ କଲେ ଅମିତାଭ ବଚ୍ଚନ

ସୌମିତ୍ରଙ୍କ ସହ ପୁରୁଣା ଫଟୋ ପୋଷ୍ଟ କରି ଭାବବିହ୍ବଳ ଅମିତାଭ । କହିଲେ ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଶକ୍ତିଶାଳୀ ସ୍ତମ୍ଭ ଖସିପଡିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ
author img

By

Published : Nov 16, 2020, 2:03 PM IST

ମୁମ୍ବାଇ: ଦୀର୍ଘ ଏକ ମାସ ଧରି କୋଲକାତାର ବେଲେଭ୍ୟୁ ନର୍ସିଂହୋମରେ ଚିକିତ୍ସିତ ହେଉଥିବା 85 ବର୍ଷିୟ ବରିଷ୍ଠ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ । ସେ ରବିବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ପୂର୍ବରୁ ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଦେଇସାରିଛନ୍ତି ଶ୍ରଦ୍ଧାଞ୍ଜଳି ।

ସେପଟେ ଅମିତାଭ ତାଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ସୌମିତ୍ର ଚାଟାର୍ଜୀ ଜଣେ ଆଇକନିକ୍ ଲେଜେଣ୍ଡ ଅଭିନେତା । ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଶକ୍ତିଶାଳୀ ସ୍ତମ୍ଭ ଖସିପଡିଛି । ଜଣେ ଭଦ୍ର ଆତ୍ମା ​​ଏବଂ ପ୍ରଚୁର ପ୍ରତିଭା । ତାଙ୍କୁ ଶେଷ ଥର ପାଇଁ କୋଲକାତାର ଆଇଏଫଏଫଆଇରେ ଭେଟିଥିଲେ । ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି ।’

  • T 3722 - Soumitra Chatterjee .. an iconic legend .. one of the mightiest pillars of the Film Industry, .. has fallen .. a gentle soul and abundant talent .. last met him at the IFFI in Kolkata ..
    Prayers .. 🙏 pic.twitter.com/GSFYacxKCh

    — Amitabh Bachchan (@SrBachchan) November 15, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି କୋରୋନା ପଜିଟିଭ ଜଣା ପଡିବା ପରେ ତାଙ୍କୁ ଅକ୍ଟୋବର 6ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପରିଶେଷରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.