ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । କାରଣ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସାଇନ କରିବାରେ ଲାଗିଛନ୍ତି ଅଭିନେତା । ଗୋଟିଏ ପଟେ କରନ ଜୋହର ନିଜର ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରେ ତାଙ୍କୁ ସାମିଲ କରିଥିବା ବେଳେ ଅନ୍ୟପଟେ ‘ମିଶନ ମଙ୍ଗଲ’ ନିର୍ଦ୍ଦେଶକ ଜଗନ ଶକ୍ତି ତାଙ୍କୁ ନେଇ ନିଜର ଆଗାମୀ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, 2019ରେ ବାସ୍ତବ ଘଟଣାକୁ ନେଇ ଆସିଥିବା ଫିଲ୍ମ ‘ମିଶନ ମଙ୍ଗଲ’ରେ ପ୍ରଥମଥର ଅକ୍ଷୟଙ୍କ ସହ ଜଗନ କାମ କରିଥିଲା ।
ଏଥର ଏହି ଯୋଡି ସତ ଘଟଣା ଉପରେ ଆଧାରିତ ଫିଲ୍ମ ନେଇ ଫେରିବେ । ଯାହାର ସ୍କ୍ରିପ୍ଟ ବର୍ତ୍ତମାନ ପ୍ରସ୍ତୁତ ଥିବା ବେଳେ ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ମେକର୍ସ ।
ରିପୋର୍ଟ ଅନୁଯାୟୀ ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ । ଯେଉଁଥିରେ ବାସ୍ତବ ଘଟଣାକୁ ପର୍ଯ୍ୟବେଶିତ କରାଯିବ । ଅକ୍ଷୟ ନିଜର ଅନ୍ୟ ପ୍ରୋଜେକ୍ଟ କାମ ଶେଷ କରିବା ମାତ୍ରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ।
ଏହାବ୍ୟତୀତ ଯଦି ଅକ୍ଷୟଙ୍କ ବିଷୟରେ କଥା ହେବା ତାହାଲେ ନିକଟରେ ସେ କୋରୋନା ସଂକ୍ରମିତ ହୋଇଥିଲେ । ଯାହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇ ସୁରକ୍ଷିତ ରହିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।