ETV Bharat / sitara

‘ଫିଲହାଲ୍ 2’ର ଫାଷ୍ଟଲୁକ ପୋଷ୍ଟର ରିଲିଜ

ଜାରି ହେଲା ‘ଫିଲହାଲ୍ 2’ର ଫାଷ୍ଟଲୁକ ପୋଷ୍ଟର । ଆସନ୍ତା 30 ତାରିଖରେ ରିଲିଜ ହେବ ଗୀତର ଟିଜର । ଅଧିକ ପଢନ୍ତୁ...

author img

By

Published : Jun 25, 2021, 7:30 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଓ ନୁପୁର ସାନନଙ୍କ ବହୁ ପ୍ରତିକ୍ଷିତ ମ୍ୟୁଜିକ ଭିଡିଓ ‘ଫିଲହାଲ୍ 2’ର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଯାଇଛି । ଏହାର ପ୍ରଥମ ମ୍ୟୁଜିକ ଭିଡିଓ ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲା । ଅକ୍ଷୟ ଫେମସ ଗାୟକ ବି ପ୍ରାକଙ୍କ ଏହି ଗୀତ ଜରିଆରେ ମ୍ୟୁଜିକ ଭିଡିଓ ଦୁନିଆରେ ଡେବ୍ୟୁ କରିଥିଲେ । ସେହିପରି ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ମଧ୍ୟ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ପ୍ରଥମ ଗୀତର ସଫଳତା ପରେ ଦର୍ଶକଙ୍କ ଏହାର ସିକ୍ବେଲକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

ଆଉ ଇତିମଧ୍ୟରେ ସିକ୍ବେଲ ଗୀତ ‘ଫିଲହାଲ୍ 2’ର ଫାଷ୍ଟଲୁକ ପୋଷ୍ଟର ଜାରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ମେକର୍ସ । ସେପଟେ ଅକ୍ଷୟ ଏହି ପୋଷ୍ଟର ସେୟାର କରି ଖୁଲାସା କରିଛନ୍ତି ଯେ ଏହି ଟ୍ରାକର ଟାଇଟେଲ ରଖାଯାଇଛି ‘ଫିଲହାଲ୍ 2: ମହାବ୍ବତ।’

ଯଦି ପୋଷ୍ଟର କଥା ହେବା ତାହାଲେ ଏଥିରେ ଦେଖିବାକୁ ମିଳୁଛି ଅକ୍ଷୟଙ୍କ ବାଇକ୍ ପଛରେ ବସି ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଧରିଥିବାର ନଜର ଆସୁଛନ୍ତି ନୁପୁର । ସେହିପରି ଏହି ମ୍ୟୁଜିକ ଭିଡିଓର ଟିଜର ଆସନ୍ତା 30 ତାରିଖରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.