ETV Bharat / sitara

ଅଯୋଧ୍ୟା ଯିବେ ଅକ୍ଷୟ

author img

By

Published : Mar 16, 2021, 11:07 AM IST

‘ରାମ ସେତୁ’ର ମହୁରତ ପାଇଁ ଅଯୋଧ୍ୟା ଯାତ୍ରା କରିବେ ପୁରା ଟିମ । ସୂଚନା ଦେଲେ କ୍ରିଏଟିଭ ପ୍ରଯୋଜକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଅପକମିଂ ଫିଲ୍ମ ‘ରାମ ସେତୁ’କୁ ନେଇ ଗତ ବର୍ଷରୁ ଚର୍ଚ୍ଚା । ଯାହାର ସୁଟିଂ ସେ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । ମୁଖ୍ୟ କଥା ହେଲା ରାମ ଭୂମି ଅଯୋଧ୍ୟାରେ ସୁଟିଂ ହେବ ଫିଲ୍ମ । ଆସନ୍ତା 18 ତାରିଖରେ ଅକ୍ଷୟ ନିର୍ଦ୍ଦେଶକ ଅଭିଷେକ ଶର୍ମା ଓ କ୍ରିଏଟିଭ ପ୍ରଯୋଜକ ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀ ସହ ଅଯୋଧ୍ୟା ଯାତ୍ରା କରିବେ । ଆଉ ସେଠାରେ ଅଯୋଧ୍ୟାରେ ମହୁରତ ସଟର ସୁଟିଂ କରିବେ ଟିମ ।

ଏହାର ସୂଚନା ଦେଇ ଦ୍ବିଦେବୀ କହିଛନ୍ତି, ‘ଭଗବାନ ରାମଙ୍କ ଜନ୍ମସ୍ଥାନରେ ରାମସେତୁର ଯାତ୍ରା ଆରମ୍ଭ କରିବା ଅପେକ୍ଷା କଣ ଭଲ ହୋଇଥାନ୍ତା? ଅଯୋଧ୍ୟା ନିଜେ ଅନେକ ଥର ପରିଦର୍ଶନ କରିବା ପରେ, ମୁଁ ଅକ୍ଷୟ ଏବଂ ଟିମକୁ ପରାମର୍ଶ ଦେଇଥିଲି ଯେ ଭଗବାନ ରାମଙ୍କ ପବିତ୍ର ମନ୍ଦିରର ଆଶୀର୍ବାଦ ସହିତ ଆମେ ଏହି ଫିଲ୍ମ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ।’

ପ୍ରକାଶ ଥାଉକି ଅକ୍ଷୟଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡେଜ ଏବଂ ନୁସରତ ଭରୁଚା । ସେହିପରି ଅକ୍ଷୟଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.