ମୁମ୍ବାଇ:ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ରାମସେତୁ’କୁ ନେଇ ବ୍ୟସ୍ତ । ଗୁରୁବାର ଫିଲ୍ମର ମହୁରତ ପୂଜା ଅଯୋଧ୍ୟାରେ କରାଯିବ । ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡେଜ ଓ ନୁସରତ ଭରୁଚା । ଫିଲ୍ମର ମହୁରତ ପାଇଁ ଅଯୋଧ୍ୟା ଯାତ୍ରା କରିଛନ୍ତି ଟିମ । ପ୍ରଥମେ ରାମଲାଲ ଦର୍ଶନ କରିବା ପରେ ଆରମ୍ଭ ହେବ ସୁଟିଂ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ଅକ୍ଷୟ ଦୁଇ ଅଭିନେତ୍ରୀଙ୍କ ସହ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏକ ସ୍ପେଶାଲ ଫିଲ୍ମ ସ୍ପେଶାଲ ଷ୍ଟାର୍ଟ । ରାମସେତୁ ଟିମ ମହୁରତ ପୂଜା ପାଇଁ ଅଯୋଧ୍ୟା ଯାତ୍ରା କଲେ । ଆଉ ଏଠାରୁ ନୂଆ ଯାତ୍ରା ଆରମ୍ଭ ହେଲା । ଆପଣଙ୍କଠୁ ସ୍ପେଶାଲ ଆଶୀର୍ବାଦ ଦରକାର ।’
ନିକଟରେ ଅକ୍ଷୟଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠୁ ଅନୁମତି ମିଳିଥିଲା ‘ରାମସେତୁ’ର ସୁଟିଂ ଅଯୋଧ୍ୟାରେ କରିବା ପାଇଁ । ସରକାରୀ ମୁଖପାତ୍ର ଅକ୍ଷୟଙ୍କ ସାମାଜିକ ବାର୍ତ୍ତା ସହିତ ଫିଲ୍ମ ନିର୍ମାଣ ପାଇଁ ଉଦ୍ୟମକୁ ପ୍ରଶଂସା କରିଥିଲେ।