ETV Bharat / sitara

ପରଦାରେ ନୁହେଁ ଜଙ୍ଗଲରେ ଆକ୍ସନ କରିବେ ଖିଲାଡି - ନଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ର ଟିଜର ରିଲିଜ

ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ବିପଦର ସାମ୍ନା କରିବେ ଅକ୍ଷୟ । ଜାରି ହେଲା ‘ଇନଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ର ଟିଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Aug 21, 2020, 7:11 PM IST

ମୁମ୍ବାଇ: ବିପଦ ଓ ଅକ୍ଷୟ କୁମାର ସବୁବେଳେ ପରସ୍ପର ସହ ଜଡିତ। ସେ ନିଜ ଷ୍ଟଣ୍ଟ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥାଆନ୍ତି । ଏମିତି କିଛି ପୁଣି ଦେଖିବାକୁ ଯାଉଛନ୍ତି ଦର୍ଶକ । ହେଲେ ଏଥର ଅକ୍ଷୟଙ୍କ ଷ୍ଟଣ୍ଟ ପରଦାରେ ନୁହେଁ ରିୟଲ ଲାଇଫରେ ଦେଖିବାକୁ ମିଳିବ । ଆଜ୍ଞା ହଁ, ସେ

ଡିସ୍କଭରି ଚ୍ୟାନେଲର ସବୁଠାରୁ ବଡ ଶୋ ‘ଇନଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ର ନୂଆ ଏପିସୋଡରେ ନଜର ଆସିବେ । ଯାହାର ଟିଜର ଭିଡିଓ ରିଲିଜ ହୋଇଯାଇଛି ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥର ସୁପରଷ୍ଟାର ରଜନୀକାନ୍ତ, ବିୟର ଗ୍ରିଲ୍ସଙ୍କ ସହ ନଜର ଆସିଥିଲେ । ସେହିପରି ଏବର୍ଷ ଅକ୍ଷୟଙ୍କ ଆକ୍ସନ ଅବତାର ଶୋରେ ଦେଖିବାକୁ ମିଳିବ । ଏହି ଅବସରରେ ଅକ୍ଷୟ ସୋସିଆଲ ମିଡିଆରେ ଟିଜର ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ।

ଭିଡିଓରେ ଅକ୍ଷୟ ଚାଲି ଚାଲି ନଦୀ ପାର କରୁଥିବାର ଦେଖାଯାଉଛନ୍ତି । ଟିଜର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆପଣଙ୍କୁ ଲାଗୁଛି ମୁଁ ପାଗଳ କିନ୍ତୁ ପାଗଳ ହିଁ ଜଙ୍ଗଲକୁ ଯାଇପାରନ୍ତି।’ ବଲିଉଡର ଖତରୋଂ କେ ଖିଲାଡି ରୂପେ ଚର୍ଚ୍ଚିତ ଅକ୍ଷୟଙ୍କୁ ଏହି ଶୋରେ ଦେଖିବା ଦର୍ଶକଙ୍କ ପାଇଁ ରୋମାଞ୍ଚଭରା ହେବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.