ETV Bharat / sitara

‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ସ୍ଥଗିତ - ଅମିତାଭ ବଚ୍ଚନଙ୍କ ଫିଲ୍ମ ଚେହେରେ ନ୍ୟୁଜ

କୋରୋନାର ଭୟ ପୁଣି ବଲିଉଡରେ । ଧିରେ ଧିରେ ଘୁଞ୍ଚିବାରେ ଲାଗିଛି ଫିଲ୍ମର ରିଲିଜ ତାରିଖ । ଏବେ ସ୍ଥଗିତ ରହିଲା ରୋହିତ ସେଟ୍ଟୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 6, 2021, 8:56 AM IST

ମୁମ୍ବାଇ: କୋରୋନା ସଂକ୍ରମିତ ଅକ୍ଷୟ କୁମାର ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି । ଇତିମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ନିରାଶ ହୋଇପାରନ୍ତି ତାଙ୍କ ଫ୍ୟାନ୍ସ । କାରଣ ଅକ୍ଷୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହାପୂର୍ବରୁ ଫିଲ୍ମଟି ଏମାସ 30ରେ ରିଲିଜ ହେବାର ଥିଲା, କିନ୍ତୁ ମହାରାଷ୍ଟ୍ରରେ ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ନିର୍ମାତା ଫିଲ୍ମ ରିଲିଜକୁ ସ୍ଥଗିତ ରଖିଛନ୍ତି।

ଏହାର ସୂଚନା ଦେଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ସୂର୍ଯ୍ୟବଂଶୀ ରିଲିଜ ରହିଲା ସ୍ଥଗିତ । ଅଧିକାରୀକ ଘୋଷଣା ।’

‘ସୂର୍ଯ୍ୟବଂଶୀ’ ପୂର୍ବରୁ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଚେହେରେ’ ଓ ୟଶରାଜ ବ୍ୟାନର୍ସର ଫିଲ୍ମ ‘ବଣ୍ଟି ଔର ବବଲି 2’ର ରିଲିଜ ମଧ୍ୟ ସ୍ଥିଗତ ରହିଥିଲା । ହେଲେ ଏମାସରେ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଗୋଟିଏ ହେଲା ଅଭିଷେକ ବଚ୍ଚନଙ୍କ ‘ଦ ବିଗ ବୁଲ’ । ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହବେ । ସେପଟେ କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଏମାସ 23ରେ ରିଲିଜକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.