ETV Bharat / sitara

ପୁଣି ଫିଲ୍ମ ପାଇଁ ମୋଟା ଅଙ୍କ ଚାର୍ଜ କରି ଚର୍ଚ୍ଚାରେ ଖିଲାଡି - ବଲିଉଡର ମହଙ୍ଗା ଅଭିନେତା ରୂପେ ଚର୍ଚ୍ଚିତ ଅକ୍ଷୟ କୁମାର

ବଲିଉଡର ମହଙ୍ଗା ଅଭିନେତା ରୂପେ ଚର୍ଚ୍ଚିତ ଅକ୍ଷୟ କୁମାର । ଏଥର ମଧ୍ୟ ସେ ନିଜ ଆଗାମୀ ଫିଲ୍ମ ପାଇଁ ମେକର୍ସଙ୍କ ପାଖରେ ମୋଟା ଅଙ୍କ ଡିମାଣ୍ଡ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Jul 24, 2020, 8:03 PM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ନିଜ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଗତ କିଛି ବର୍ଷରୁ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହେବାରେ ଲାଗିଛି । ସେହିପରି ଆୟ ମାମଲାରେ ଅକ୍ଷୟ ଇଣ୍ଡଷ୍ଟ୍ରିରେ ସବୁ ଷ୍ଟାର୍ସଙ୍କଠୁ ଆଗରେ । ସେ ଫିଲ୍ମ ପାଇଁ ପ୍ରାୟତଃ ମୋଟା ଅଙ୍କ ଫିସ୍ ଚାର୍ଜ କରନ୍ତୁ । ନିର୍ମାତା ମଧ୍ୟ ତାଙ୍କୁ ନିଜ ନିଜ ଫିଲ୍ମରେ ନେବା ପାଇଁ କୋଟି କୋଟି ଟଙ୍କା ଦେବାକୁ ରାଜି ହୋଇଯାଆନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ଆଜ୍ଞା ହଁ, ସେ ଚର୍ଚ୍ଚିତ ଫିଲ୍ମ ‘ଅତରଙ୍ଗୀ ରେ’ ପାଇଁ ମୋଟା ଅଙ୍କ ଡିମାଣ୍ଡ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କେତେ ଟଙ୍କା ଫିସ୍ ବାବଦରେ ନେଇଛନ୍ତି ସେ...

ଶୁଣିବାକୁ ମିଳୁଛି ଯେ ସେ ଏହି ଫିଲ୍ମ ପାଇଁ 27 କୋଟି ଟଙ୍କା ଚାର୍ଜ କରିଛନ୍ତି । ସେହିପରି ଫିଲ୍ମ ପାଇଁ ସେ ମାତ୍ର ଦୁଇ ସପ୍ତାହ ସୁଟିଂ କରିବେ । ସେମିତି ଦେଖିବାକୁ ଗଲେ ସେ ଗୋଟିଏ ଦିନ ଫିଲ୍ମ ସୁଟିଂ ପାଇଁ 1 କୋଟି ଟଙ୍କା ନିଅନ୍ତୁ । ହେଲେ ‘ଅତରଙ୍ଗୀ ରେ’ ପାଇଁ ସେ ଡବଲ ଫିସ୍ ନେବାକୁ ଯାଉଛନ୍ତି।

ପ୍ରକାଶ ଥାଉକି ଏହି ଫିଲ୍ମ ପାଇଁ ଅକ୍ଷୟଙ୍କ ପୂର୍ବରୁ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଅଫର ହୋଇଥିଲା । ହେଲେ କିଛି ସମସ୍ୟା ପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ । ଯାହାପରେ ଅକ୍ଷୟଙ୍କୁ ଏହି ରୋଲ ଅଫର କରିଥିଲେ ମେକର୍ସ ।

ଅକ୍ଷୟଙ୍କ ବ୍ୟତୀତ ଫିଲ୍ମରେ ସାଉଥ ସୁପରଷ୍ଟାର ଧନୁଷ ଓ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.