ETV Bharat / sitara

ଆମୀରଙ୍କ 6 କର୍ମଚାରୀ କୋରୋନା ପଜିଟିଭ

author img

By

Published : Jun 30, 2020, 3:41 PM IST

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚର୍ଚ୍ଚାରେ ଆମୀର । ଯେଉଁଥିରେ ତାଙ୍କ ଷ୍ଟାଫଙ୍କ କୋରୋନା ସଂକ୍ରିମତ କଥା ଜଣାପଡିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କୁ ନେଇ ନୈରାଶ୍ୟଜନକ ଖବର । ଯାହାକୁ ନେଇ ଚିନ୍ତିତ ପୁରା ପରିବାର । କାରଣ ତାଙ୍କର କିଛି ଷ୍ଟାଫ କୋରୋନା ପଜିଟିଭ । ଯାହାର ସୂଚନା ଆମୀର ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଟ୍ବିଟରରେ ଏକ ଲେଟର ସେୟାର କରି ଏହାର ଖୁଲାସା କରିଛନ୍ତି ।

ସେପରି ସେ ଲେଟରରେ ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ଏହା ଜଣାଇବାକୁ ଚାହୁଁଛି ଯେ ମୋର କିଛି କର୍ମଚାରୀ କୋରୋନା ସଂକ୍ରମିତ । ସେମାନଙ୍କୁ ବର୍ତ୍ତମାନ କ୍ବାରେଣ୍ଟିନ କରିଦିଆଯାଇଛି । ବିଏମସି ଅଧିକାରୀ ସେମାନଙ୍କୁ ମେଡିକାଲ ସୁବିଧା ଉପଲବ୍ଧ କରାଇଛନ୍ତି । ମୁଁ ବିଏମସିକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସେ ମୋ ଷ୍ଟାଫଙ୍କ ଭଲ ରୂପେ ଦେଖାଶୁଣା କରୁଛନ୍ତି । ଏହାସହ ପୁରା ସୋସାଇଟିକୁ ସାନିଟାଇଜ ଓ ଡିସଇନଫେକ୍ଟ କରୁଛନ୍ତି । ସେହିପରି ଆମ ସମସ୍ତଙ୍କ କୋରୋନା ଟେଷ୍ଟ ହୋଇଛି । ଭଗବାନଙ୍କ ଆଶୀର୍ବାଦରୁ ଆମେ ନେଗେଟିଭ ବାହାରିଛୁ । ଏବେ ମୁଁ ମା'ଙ୍କ କୋରୋନା ଟେଷ୍ଟ କରିବି । ସେ ପରିବାରରେ ଶେଷ ମଣିଷ ଯାହାଙ୍କ କୋରୋନା ଟେଷ୍ଟ ଏଯାବତ ବାକି ଅଛି । ଦୟାକରି ପ୍ରାର୍ଥନା କରନ୍ତୁ କି ମୋ ମା'ଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରୁ ।’

ଆମୀର ଦୀର୍ଘ ସମୟରୁ ନିଜ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କ ସହ ପୁଣି ନଜର ଆସିବେ କରୀନା କପୁର ଖାନ । ଏହି ଫିଲ୍ମ ଟମ ହ୍ୟାକ୍ସଙ୍କ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.