ETV Bharat / sitara

‘ତାରେ ଜମିନ ପର ଗୀତ’ ରିକ୍ରିଏଟରେ ଇମ୍ପ୍ରେସ ଆମୀର

author img

By

Published : Oct 16, 2020, 4:49 PM IST

ଏବେ ଖୁସି ନଜର ଆସୁଛନ୍ତି ଆମୀର । କାରଣ ତାଙ୍କ ଫେମସ ଫିଲ୍ମ ‘ତାରେ ଜମିନ ପର’ ଟାଇଟେଲ ଗୀତର ହୋଇଛି ରିକ୍ରିଏଟ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରକ୍ସେନିଷ୍ଟ ଆମୀର ଖାନଙ୍କ ଅନ୍ଦାଜ ସବୁଠୁ ନିଆରା । ରିଲ ଲାଇଫ ହେଉ କିମ୍ବା ରିୟଲ ଲାଇଫ ବିନ୍ଦାସ ତାଙ୍କ ରୂପ ଦେଖିବାକୁ ମିଳେ। ଅନ୍ୟ ଷ୍ଟାର୍ସଙ୍କ ଭଳି ସେ ମଧ୍ୟ ସୋସିଆଲ ମିଡିଆରେ ସାମିଲ ଅଛନ୍ତି । ହେଲେ ଅଧିକ ଆକ୍ଟିଭ ନଜର ଆସନ୍ତି ନାହିଁ । ଯେବେ କୌଣସି ସୂଚନା ଦେବାର ଥାଏ ତାଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ହେଲେ ଏବେ ତାଙ୍କ ଦ୍ବାରା ସେୟାର ହୋଇଥିବା ଏକ ଭିଡିଓର ଚର୍ଚ୍ଚା ସବୁଆଡେ । ଯାହାର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ଆମୀର ଏକ ଭିଡିଓ ସଙ୍ଗ ପୋଷ୍ଟ କରିଛନ୍ତି । ଯାହା ତାଙ୍କ ଅଭିନୀତ ଫିଲ୍ମ ‘ତାରେ ଜମିନ ପର’ ଟାଇଟେଲ ଟ୍ରାକକୁ ରିକ୍ରିଏଟ କରି ନିର୍ମାଣ କରାଯାଇଛି । ଏହା ଏକ ମ୍ୟାସଅପ ଭିଡିଓ । ପେନ ମସାଲା ନାମ ମ୍ୟୁଜିକ ଗ୍ରୁପ ଏହାକୁ ନିର୍ମାଣ କରିଛି । ଏହି ଟାଇଟେଲ ଟ୍ରାକକୁ ହଲିଉଡର ଫେମସ ବ୍ୟାଣ୍ଡ କୋଲ୍ଡପ୍ଲେଙ୍କ ଗୀତ ‘ପାରାଡାଇସ’ ସହ ମ୍ୟାସଅପ କରାଯାଇଛି । ସେହିପରି ଗୀତକୁ ଗାଇଛନ୍ତି ଗ୍ରୁପ ମେମ୍ବର ଅଜୟ ବଶିଷ୍ଟ ଓ ଦେବ ସୌର୍ଯ୍ୟ ସିଂଘଲ ।

ସେପଟେ ଭିଡିଓ ଦେଖି ଖୁବ୍ ଇମ୍ପ୍ରେସ ହୋଇଛନ୍ତି ଆମୀର । ସଙ୍ଗେ ସଙ୍ଗେ ଭିଡିଓ ପୋଷ୍ଟ କରି ପେନ ମସାଲା ଗ୍ରୁପର ପ୍ରଶଂସା କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୁଁ ମୋ ଗୀତର ସୁନ୍ଦର ଭର୍ସନ ଦେଖିଲି । ପେନ ମସାଲ ତୁମେମାନେ ଶାନଦାର କାମ କରିଛ । ତୁମେ ଆମ ଗୀତ ସହ ନୂଆ ଭର୍ସନ ଯୋଡି ଏହାକୁ ଆହୁରି ସୁନ୍ଦର କରିଦେଇଛ । ଯାହା ମତେ ଖୁବ୍ ଭଲ ଲାଗୁଛି । ’

ଆମୀରଙ୍କ ପ୍ରଶଂସାରେ ପେନ ମସାଲା ଗ୍ରୁପଙ୍କ ଖୁସି ନକିଲେ ସରେ । ସୋସିଆଲ ମିଡିଆରେ ଆମୀରଙ୍କୁ ନିଜ ଫେଭରେଟ ଷ୍ଟାର କହି ଧନ୍ୟବାଦ ମଧ୍ୟ ଜଣାଇଛି ଏହି ଗ୍ରୁପ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.