ETV Bharat / sitara

ଚେସ୍ ମାଷ୍ଟର ବିଶ୍ବନାଥଙ୍କ ସହ ଚେସ୍ ଖେଳିବେ ଆମୀର

author img

By

Published : Jun 10, 2021, 5:13 PM IST

ଆସନ୍ତା 13 ତାରିଖରେ ପାଞ୍ଚ ଥର ବିଶ୍ବ ଚାମ୍ପିଅନସିପ୍ ଜିତିଥିବା ବିଶ୍ବନାଥ ଆନନ୍ଦଙ୍କ ସହ ଚେସ୍ ଖେଳିବେ ଆମୀର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଚେସଡଟକମ
ଫଟୋ ସୌଜନ୍ୟ: ଟ୍ବିଟର@ଚେସଡଟକମ

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏଥର ସେ ଅଭିନୟ ଛାଡି ଚେସ୍ ଖେଳିବାକୁ ଯାଉଛନ୍ତି । କାରଣ ଅଭିନୟ ସହ ସେ ଚେସ୍ ଖେଳରେ ମଧ୍ୟ ମାହିର । ଏଥିପାଇଁ ସେ ଖୁବଶୀଘ୍ର ପାଞ୍ଚ ଥର ବିଶ୍ବ ଚାମ୍ପିଅନସିପ୍ ଜିତିଥିବା ବିଶ୍ବନାଥ ଆନନ୍ଦଙ୍କ ସହ ଚେସ୍ ଖେଳୁଥିବା ଦେଖିବାକୁ ମିଳିବ । ଏହି ଦୁଇ ସେଲିବ୍ରିଟି ପରସ୍ପରକୁ କଡା ଟକ୍କର ଦେବାକୁ ଯାଉଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ପୋଷ୍ଟରେ ଦୁଇଜଣଙ୍କ ଫଟୋ ଦେଖିବାକୁ ମିଳୁଛି । ଆଉ ଏଥିରେ ଲେଖାଯାଇଛି, ‘ତୁମେ ସମସ୍ତେ ଅପେକ୍ଷା କରିଥିବା ମୁହୂର୍ତ୍ତ । ପୂର୍ବତନ ବିଶ୍ବ ଚାମ୍ପିୟନ ବିଶ୍ବଆନନ୍ଦଙ୍କ ବିପକ୍ଷରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବେ ସୁପରଷ୍ଟାର ଆମୀର ଖାନ । ଯାହା ଆସନ୍ତା 13 ତାରିଖର ସନ୍ଧ୍ୟା 5ଟାରୁ ନେଇ ରାତି 8 ପର୍ଯ୍ୟନ୍ତ ଚାଲିବ ।’

ଏଥିସହ ଏହି ମ୍ୟାଚ ପାଇଁ ଦାନ କରିବାକୁ ମଧ୍ୟ କୁହାଯାଇଛି । ଯାହାଦ୍ବାରା ଏହି ଇଭେଣ୍ଟକୁ ଆଡମ୍ବରରେ ଆୟୋଜନ କରାଯାଇପାରିବ ।

ଯଦି ଆମୀରଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ । ଏହି ଫିଲ୍ମ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଆମୀରଙ୍କ ସହ ନଜର ଆସିବେ କରୀନା କପୁର ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.