ETV Bharat / sitara

ଘୁଞ୍ଚିଲା ‘ଲାଲ ସିଂ ଚଡ୍ଡା’ର ରିଲିଜ ତାରିଖ, ନିରାଶ ଦର୍ଶକ

author img

By

Published : Aug 10, 2020, 5:37 PM IST

ଏବର୍ଷ ଆଉ ଦେଖିବାକୁ ମିଳିବନି ଆମୀରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ସୁଟିଂ ଅଧାରେ ଥିବା ଫିଲ୍ମ ରିଲିଜ ତାରିଖ ବଦଳାଇଲେ ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ଫରପେକ୍ସନିଷ୍ଟ ଆମୀର ଖାନ ଓ କରୀନ କପୁର ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଏବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ଦେଖିଥାଆନ୍ତେ ଦର୍ଶକ । ହେଲେ ଏବେ ଲାଗୁଛି ଫିଲ୍ମ ଦେଖିବାକୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ ସମସ୍ତଙ୍କୁ । କାରଣ କୋରୋନା ପ୍ରକୋପ ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ମେକର୍ସ । ଫିଲ୍ମ ଏବର୍ଷ ନୁହେଁ ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।

କୋରୋନା ଆତଙ୍କ ଦେଖି ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଥିଲେ ମେକର୍ସ । ଆଉ ଫିଲ୍ମ ସୁଟିଂରେ ବିଳମ୍ବ ଦେଖା ଦେବାରୁ ମେକର୍ସ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଥିଲେ।

ପ୍ରକାଶ ଥାଉକି ହଲିଉଡର ଫେମସ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ଭର୍ସନ ‘ଲାଲ ସିଂ ଚଡ୍ଡା’ । ଦୀର୍ଘ ସମୟପରେ କରୀନା ଓ ଆମୀରଙ୍କ ରୋମାନ୍ସ ପରଦାରେ ଦେଖିବାକୁ ମିଳିବ । ସେହିପରି ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ଅଦ୍ବୈତ ଚନ୍ଦନ କରିଥିବା ବେଳେ ଏହାରର ପ୍ରୟୋଜନା ଆମୀର ଭାଏକମ 18 ଷ୍ଟୁଡିଓ ସହ ମିଶି କରିଛନ୍ତି ।

ଫିଲ୍ମର ଆଗାମୀ ସୁଟିଂ ଖୁବଶୀଘ୍ର ତୁର୍କୀରେ କରାଯିବ । ଯାହାପାଇଁ ଆମୀରଙ୍କ ସହ ପୁରା ଟିମ ତୁର୍କୀରେ ପହଞ୍ଚିସାରିଛନ୍ତି ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.