ମୁମ୍ବାଇ: ବି-ଟାଉନର ଆକ୍ସନ ଅଭିନେତା ସନ୍ନି ଦେଓଲ ଏବର୍ଷ ବିଜେପି ଟିକେଟରୁ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢୁଛନ୍ତି । ମତଦାନ ପରେ ସନ୍ନି ଏବେ କୁଲ୍ଲୁ, ମନାଲୀର ଥଣ୍ଡା ବାତାବରଣକୁ ଏନଜୟ କରୁଛନ୍ତି ।
ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଦେଇଛନ୍ତି ।
- " class="align-text-top noRightClick twitterSection" data="
">
କିନ୍ତୁ ଇତିମଧ୍ୟରେ ସନ୍ନି ସୋସିଆଲ ମିଡିଆରେ ପ୍ରଥମଥର ସର୍ଟଲେସ ସେଲ୍ଫି ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଫଟୋ ଦେଖିଲାପରେ ଫ୍ୟାନ୍ସ ଗୁହାରି କରିଛନ୍ତି କି ରାଜନୀତି ଛାଡି ପୁଣି ବଲିଉଡକୁ ଫେରିବା ପାଇଁ ।
ଖାଲି ଏତିକି ନୁହେଁ, ସନ୍ନିଙ୍କ ବଡି ଦେଖି ମଜାଦାର କମେଣ୍ଟରେ ସୋସିଆଲ ମିଡିଆ ଭରି ଦେଇଛନ୍ତି ଫ୍ୟାନ୍ସ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କି ସନ୍ନି 62 ବର୍ଷରେ ମଧ୍ୟ ଫିଟ୍ ଆଣ୍ଡ ଫାଇନ ନଜର ଆସୁଛନ୍ତି ।