ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ସନ୍ନି ଦେଓଲ ପୁଣିଥରେ ହାତରେ ହ୍ୟାଣ୍ଡପମ୍ପ ଧରି ନଜର ଆସିବେ । ଆଉ ଦମଦାର ଫାଇଟ୍ ମଧ୍ୟ କରିବେ । କାରଣ ଚର୍ଚ୍ଚାରେ ତାଙ୍କ ଅଭିନୀତ ଫିଲ୍ମ ‘ଗଦ୍ଦର: ଏକ ପ୍ରେମ କଥା’ର ସିକ୍ବେଲ। କିଛି ଦିନରୁ ଶୁଣିବାକୁ ମିଳୁଛି ନିର୍ଦ୍ଦେଶକ ଅନିଲ ଶର୍ମା ଏହାର ସିକ୍ବେଲ ଉପରେ କାମ କରୁଥିବାର। ଏହି ରୋମାଣ୍ଟିକ ଆକ୍ସନ ଡ୍ରାମା ଫିଲ୍ମରେ ସନ୍ନିଙ୍କ ସହ ରୋମାନ୍ସ କରିଥିଲେ ଅମୀଷା ପଟେଲ ।
ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ମେକର୍ସ । ପୁଣିଥରେ ଅମୀଷା ଓ ସନ୍ନିଙ୍କୁ ଫିଲ୍ମରେ ସାମିଲ କରାଇବାକୁ ଚାହୁଁଛନ୍ତି ସମସ୍ତେ । ହେଲେ ଏଥର ଦୁଇଜଣଙ୍କ ଅନସ୍କ୍ରିନ ପୁଅ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ । ଯିଏ 2018ରେ ଆସିଥିବା ଫିଲ୍ମ ‘ଜିନିୟସ୍’ରେ ଅଭିନେତା ରୂପେ ଡେବ୍ୟୁ କରିଥିଲେ । ଅନିଲଙ୍କ ପୁଅ ଉତ୍କର୍ଷ ।
ସେପଟେ ସିକ୍ବେଲ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ କହିଛନ୍ତି, ‘ଏବେ ଏହା ଉପରେ କାମ ଚାଲିଛି । ଯେବେ ସଠିକ୍ ସମୟ ଆସିବ ମୁଁ ଏହାର ଘୋଷଣା କରିବି । ହେଲେ ଏବେ ଫିଲ୍ମକୁ ନେଇ କିଛି କଥା ସ୍ଥିର ହୋଇନାହିଁ ।’