ETV Bharat / sitara

Gadar 2: ଦଶହରାରେ ହେବ ପୋଷ୍ଟର ରିଲିଜ, ଘୋଷଣା କଲେ ସନ୍ନି ଦେୱଲ

author img

By

Published : Oct 14, 2021, 6:19 PM IST

ଖୁବଶୀଘ୍ର ଆସୁଛି ଲୋକପ୍ରିୟ ଫିଲ୍ମ 'ଗଦ୍ଦର'ର ଦ୍ବିତୀୟ ଭାଗ । ଏହାର ପୋଷ୍ଟର ଚଳିତ ଦଶହରାରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି 'ଗଦ୍ଦର'ର ତାରା ସିଂ ତଥା ଅଭିନେତା ସନ୍ନି ଦେୱଲ । ଅଧିକ ପଢନ୍ତୁ...

Gadar 2: ଦଶହରାରେ ହେବ ପୋଷ୍ଟର ରିଲିଜ, ଘୋଷଣା କଲେ ସନି ଦେୱଲ

ହାଇଦ୍ରାବାଦ: 'ଏକ କାଗଜ୍‌ ପର ସାଇନ ନେହିଁ ହୋଗା, ତୋ କ୍ୟା ତାରା ସିଂହ ପାକିସ୍ତାନ ନେହିଁ ଜାଏଗା । ଆପକା ପାକିସ୍ତାନ ଜିନ୍ଦାବାଦ ହେ । ହମେଁ ଇସସେ କୋଇ ଏତରାଜ ନେହିଁ । ଲେକିନ ହିନ୍ଦୁସ୍ତାନ ଜିନ୍ଦାବାଦ ଥା..ଜିନ୍ଦାବାଦ ହେ..ଔର ଜିନ୍ଦାବାଦ ରହେଗା । ଅଗର ମେଁ ଅପନେ ବିବି-ବଚ୍ଚୋଁ କେ ଲିଏ ସିର ଝୁକା ସକତା ହୁଁ ତୋ କିସି କେ ଭି ସିର...' ଫିଲ୍ମ 'ଗଦ୍ଦର' ଏହି ସଂଳାପ ଶୁଣିବା ମାତ୍ରେ ଲୋମ ଟାଙ୍କୁରି ଉଠେ । ଥିଏଟରରେ ପୁଣି ଏଭଳି କିଛି ହେବାକୁ ଯାଉଛି । କାରଣ 'ଗଦ୍ଦର-୨' ଫିଲ୍ମର ପୋଷ୍ଟର ଚଳିତ ଦଶହରାରେ ରିଲିଜ ହେବାକୁ ଯାଉଛି ବୋଲି ଅଭିନେତା ସନି ଦେୱଲ ସୂଚନା ଦେଇଛନ୍ତି ।

'ଗଦ୍ଦର'ର ତାରା ସିଂ ତଥା ସନି ଦେୱଲ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାସହିତ ସନି ଏକ ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ, "ଦ କଥା କଣ୍ଟିନ୍ୟୁଜ" । କିନ୍ତୁ ଗଦ୍ଦର ଫିଲ୍ମର ଏହି ଦ୍ବିତୀୟ ଭାଗର ନାମକରଣ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି । ଫିଲ୍ମର ପ୍ରଥମ ଭାଗରେ ସନିଙ୍କ ସହ ଅମିଷା ପଟେଲ ନଜର ଆସିଥିଲେ । ଆଉ ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଅନ୍ୟପଟେ ସନି ଆଗକୁ ଏକ ଥ୍ରିଲର ଫିଲ୍ମ 'ଚୁପ୍‌'ରେ ମଧ୍ୟ ନଜର ଆସିବେ । ଏଥିରେ ସନିଙ୍କ ସହ ପୂଜା ଭଟ୍ଟ ଓ ଶ୍ରେୟା ଧନୱନ୍ତରୀ ନଜର ଆସିବେ । ଏହାପୂର୍ବରୁ ସନ୍ନି ଓ ପୂଜାଙ୍କ ଯୋଡିକୁ ୧୯୯୫ ମସିହାରେ 'ଅଙ୍ଗରକ୍ଷକ'ରେ ଦେଖିବାକୁ ମିଳିଥିଲା । ଫିଲ୍ମ 'ବର୍ଡର'ରେ ମଧ୍ୟ ସନି ଓ ପୂଜା ଏକାଠି ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.