ହାଇଦ୍ରାବାଦ: 44 ବର୍ଷୀୟ ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ସରିଛି ହାର୍ଟ ସର୍ଜରୀ । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଡାକ୍ତରଖାନା ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ସୁନୀଲଙ୍କୁ ଆଜି ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରୁ ଡିସଚାର୍ଜ କରାଯିବ। ଗତ ସପ୍ତାହରେ ସୁନୀଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଜାନୁଆରୀ 27ରେ ହାର୍ଟ ସର୍ଜରୀ କରାଯାଇଥିଲା । ବର୍ତ୍ତମାନ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।
-
Actor-Comedian Sunil Grover, who underwent heart surgery recently, will be discharged from Mumbai's Asian Heart Institute today: Hospital authorities
— ANI (@ANI) February 3, 2022 " class="align-text-top noRightClick twitterSection" data="
(Photo: Grover's Twitter account) pic.twitter.com/GrSKCwELMf
">Actor-Comedian Sunil Grover, who underwent heart surgery recently, will be discharged from Mumbai's Asian Heart Institute today: Hospital authorities
— ANI (@ANI) February 3, 2022
(Photo: Grover's Twitter account) pic.twitter.com/GrSKCwELMfActor-Comedian Sunil Grover, who underwent heart surgery recently, will be discharged from Mumbai's Asian Heart Institute today: Hospital authorities
— ANI (@ANI) February 3, 2022
(Photo: Grover's Twitter account) pic.twitter.com/GrSKCwELMf
ସୁତ୍ର ମୁତାବକ, ସୁନୀଲଙ୍କ ହାର୍ଟରେ ବ୍ଲକେଜ ଥିଲା । ଯଦି ଅସ୍ତ୍ରୋପଚାର ଠିକ୍ ସମୟରେ କରା ନ ଯାଏ ତେବେ ହୃଦଘାତ ହେବାର ଆଶଙ୍କା ରହିଥିଲା । ଏଭଳି ପରିସ୍ଥିତିରେ ହାସ୍ୟ ଅଭିନେତା ଯଥାଶୀଘ୍ର ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ ।
କିଛି ଦିନ ପୂର୍ବରୁ ସୁନୀଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଇନଫ୍ଲୁଏନ୍ସର' ଉପରେ ଏକ ମଜାଦାର ପୋଷ୍ଟ ସେୟାର କରିଥିଲେ । ହାସ୍ୟ ଅଭିନେତାମାନେ ପ୍ରାୟତଃ ଦର୍ଶକଙ୍କୁ ତାଙ୍କର ମଜାଳିଆ ପୋଷ୍ଟ ସହିତ ମନୋରଞ୍ଜନ କରାନ୍ତି । ସେ ଶିମଲାର ତୁଷାରପାତ ପାହାଡରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ କରୁଥିଲେ, ଏହାର କିଛି ଫଟୋ ମଧ୍ୟ ଅଭିନେତା ସେୟାର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ