ନୂଆଦିଲ୍ଲୀ : କୋରୋନା ଭାଇରସ ସହ ଲଢୁଥିବା ଦେଶବାସୀଙ୍କ ସେବା ପାଇଁ ସହଯୋଗର ହାତ ବଢାଉଛନ୍ତି ବହୁ ସେଲିବ୍ରିଟି । ଏବେ ଏହି କ୍ରମରେ ସାମିଲ ହେଲେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ।
-
We are going through some testing times, but a ray of hope in this is the way our people have joined hands to help each other. I am grateful to be a part of this initiative along with @FeedMyCity1, an initiative of #KVNFoundation, to provide free oxygen concentrators. pic.twitter.com/uhOrvn6tZA
— Suniel Shetty (@SunielVShetty) April 28, 2021 " class="align-text-top noRightClick twitterSection" data="
">We are going through some testing times, but a ray of hope in this is the way our people have joined hands to help each other. I am grateful to be a part of this initiative along with @FeedMyCity1, an initiative of #KVNFoundation, to provide free oxygen concentrators. pic.twitter.com/uhOrvn6tZA
— Suniel Shetty (@SunielVShetty) April 28, 2021We are going through some testing times, but a ray of hope in this is the way our people have joined hands to help each other. I am grateful to be a part of this initiative along with @FeedMyCity1, an initiative of #KVNFoundation, to provide free oxygen concentrators. pic.twitter.com/uhOrvn6tZA
— Suniel Shetty (@SunielVShetty) April 28, 2021
ଫ୍ରି ଅକ୍ସିଜେନ୍ କନ୍ସଣ୍ଟ୍ରେଟର ବଣ୍ଟନ ପାଇଁ ସେ ଏକ ଫାଉଣ୍ଡେସନ୍ ସହ ସାମିଲ ହୋଇଛନ୍ତି । ଏଥିସହ ସେ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ନିବେଦନ ମଧ୍ୟ କରିଛନ୍ତି ।
ସୁନୀଲ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ, ଏବେ ଆମେ କିଛି କଷ୍ଟକର ସମୟ ଦେଇ ଗତି କରୁଛୁ, ଏଭଳି ପରିସ୍ଥିତିରେ ପରସ୍ପରକୁ ସାହାଯ୍ୟ କରିବା ନିହାତି ଆବଶ୍ୟକ । ମୁଁ ଏବେ କେଭିଏନ୍ ଫାଉଣ୍ଡେସନ୍ ସହିତ ସାମିଲ ହୋଇଛି ଏବଂ ଲୋକଙ୍କୁ ଫ୍ରି ଅକ୍ସିଜେନ୍ ଯୋଗାଉଛି । ମୁଁ ମୋର ସମସ୍ତ ବନ୍ଧୁ ଏବଂ ପ୍ରଶଂସକଙ୍କୁ ନିବେଦନ କରୁଛି ଯଦି ଆପଣ ଆବଶ୍ୟକ କରନ୍ତି, ଆପଣ ମୋତେ DM(ଡାଇରେକ୍ଟ ମେସେଜ) ପଠାଇ ପାରିବେ, ଯଦି ଆପଣ ମଧ୍ୟ ଏହି ମିଶନର ଏକ ଅଂଶ ହେବାକୁ ଚାହାଁନ୍ତି , ଏବଂ ଏମିତି କିଛି ଲୋକଙ୍କୁ ଜାଣିଛନ୍ତି ଯାହାକୁ ସାହାର୍ଯ୍ୟ ଦରକାର,ତେବେ ଆପଣ ଯେତେ ସମ୍ଭବ ମେସେଜ ପଠାନ୍ତୁ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ" ।
ସୁନୀଲ ତାଙ୍କ ଟ୍ବିଟରେ ଆହୁରି କହିଛନ୍ତି ଯେ, ସେ ଏବଂ କେଭିଏନ୍ ଫାଉଣ୍ଡେସନ୍ ବର୍ତ୍ତମାନ କେବଳ ମୁମ୍ବାଇ ଏବଂ ବାଙ୍ଗାଲୋରରେ କାମ କରୁଛି। ଏହା ସହିତ ସେ ଲୋକମାନଙ୍କୁ ଯୋଗଦାନ ଦେବାକୁ ନିବେଦନ କରିଛନ୍ତି।