ମୁମ୍ବାଇ: ବଲିଉଡ କିଙ୍ଗଖାନ ଶାହାରୁଖଙ୍କ ଝିଅ ସୁହାନା ଖାନ ଷ୍ଟାର କିଡ୍ସମାନଙ୍କ ଆଲୋଚନାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସର୍ବଦା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ସେ ଅନେକ ସମୟରେ ନିଜର ଚମତ୍କାର ଫଟୋ ସେୟାର କରିଥାନ୍ତି ।
ବର୍ତ୍ତମାନ ପୁଣି ଥରେ ସୁହାନା ତାଙ୍କ ଗ୍ଲାମରସ ଫଟୋକୁ ନେଇ ଚର୍ଚ୍ଚାରେ । ନିକଟରେ, ସୁହାନା ତାଙ୍କର ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଫଟୋରେ ସୁହାନା ଅଲିଭ୍ ଗ୍ରୀନ୍ ବଡିକନ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେୟାର ହୋଇଥିବା ଫଟୋରେ ସୁହାନା ହଟ ଅନ୍ଦାଜ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହାର କ୍ୟାପସନରେ ସୁହାନା ଲେଖିଛନ୍ତି, ବାଏ,ବାଥରୁମ ଆଡକୁ ଯାଉଛି ।
ସୁହାନାଙ୍କ ଏହି ଫଟୋକୁ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁତ ପସନ୍ଦ କରି ମନ୍ତବ୍ୟ ଦେଇଛନ୍ତି, 'ତୁମେ ସବୁକିଛି' ।
ଅନନ୍ୟାଙ୍କ ମନ୍ତବ୍ୟ ଉପରେ ସୁହାନା ଉତ୍ତରରେ ଲେଖିଛନ୍ତି, 'ମିସ୍ ୟୁ' ।
ପ୍ରକାଶ ଥାଉ ଯେ, ବର୍ତ୍ତମାନ ସୁହାନା ତାଙ୍କ ପରିବାର ସହିତ ଦୁବାଇରେ ଅଛନ୍ତି । ସେ ପ୍ରାୟତଃ ପିତା ଶାହରୁଖ ଖାନ ଏବଂ ଭାଇ ଆର୍ୟନଙ୍କ ସହ ଆଇପିଏଲ ମ୍ୟାଚ୍ ଦେଖିବାକୁ ଯାଆନ୍ତି ।