ETV Bharat / sitara

ଘୁଞ୍ଚିଲା 'ଷ୍ଟ୍ରିଟ ଡାନ୍ସର' ରିଲିଜ ତାରିଖ

ଏବେ ନଭେମ୍ବର 8 ପରିବର୍ତ୍ତେ ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେବ ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ 3D ଡାନ୍ସ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' ।

author img

By

Published : May 27, 2019, 9:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' କାମ ଆରମ୍ଭ ହୋଇ ପାଖାପାଖି 4 ମାସ ବିତିସାରିଲାଣି । ରିମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମର ରିଲିଜ ତାରିଖ ଏବେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏବର୍ଷ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ ମେକର୍ସ । କିନ୍ତୁ ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବା ଖବର ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 24ରେ ରିଲିଜ କରାଯିବାର ଯୋଜନା କରାଯାଇଛି । ଅନ୍ୟପଟେ ଠିକ୍ ଏହି ଦିନରେ ଫେମସ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମ 'ଲାଇଫ ଇନ ଏ ମେଟ୍ରୋ'ର ସିକ୍ବେଲ ରିଲିଜ ହେବାକୁ ଯାଉଛି ।

ପ୍ରକାଶ ଥାଉକି ଏବେ 'ଷ୍ଟ୍ରିଟ ଡାନ୍ସର'ର ସୁଟିଂ ଦୁବାଇରେ ଚାଲିଛି । ପୂର୍ବରୁ ଫିଲ୍ମର 'ଏବିସିଡି-3' ଟାଇଟଲ ରଖାଯାଇଥିଲା । କିନ୍ତୁ ପରେ କିଛି କାରଣ ପାଇଁ ଫିଲ୍ମର ଟାଇଟଲ ପରିବର୍ତ୍ତନ କରି 'ଷ୍ଟ୍ରିଟ ଡାନ୍ସର' ରଖାଯାଇଥିଲା । ଏହାସହ ଫିଲ୍ମର ଦୁଇଟି ପୋଷ୍ଟର ମଧ୍ୟ ଜାରି ହୋଇଯାଇଛି । ଗୋଟିଏ ପୋଷ୍ଟରରେ ବରୁଣ ନଜର ଆସୁଥିବାବେଳେ ଦ୍ବିତୀୟ ପୋଷ୍ଟରରେ ଶ୍ରଦ୍ଧା ଦେଖାଯାଇଛନ୍ତି । ପୋଷ୍ଟର ଦେଖି ଲାଗୁଛି ଯେ ଫିଲ୍ମଟି 3Dରେ ରିଲିଜ ହେବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.