ETV Bharat / sitara

ଆଭେଞ୍ଜର ଟିମରୁ ସ୍ପାଇଡମ୍ୟାନ ବାଦ !

ଭାଙ୍ଗିଲା ସୋନି ଓ ଡିଜ୍ନିର ଚୁକ୍ତି । ଏବେ ମାର୍ବଲର ଅଂଶ ହେବ ନାହିଁ ସ୍ପାଇଡରମ୍ୟାନ । ଏନେଇ ସୂଚନା ଜାରି କଲା ଦୁଇ ଷ୍ଟୁଡିଓ ।

ଡିଜାଇନ ଫଟୋ
author img

By

Published : Aug 21, 2019, 11:35 PM IST

ଲସ୍ ଆଞ୍ଜେଲ୍ସ: ମାର୍ବଲ ସେନେମେଟିକ ୟୁନିଭର୍ସ ଏବେ ବହୁ ଚର୍ଚ୍ଚିତ ‘ସ୍ପାଇଡର ମ୍ୟାନ’ ଫିଲ୍ମର ନିର୍ମାଣ କରିବ ନାହିଁ । କାରଣ ଡିଜ୍ନି ଏବଂ ସୋନି ପିକ୍ଚର୍ସ ମଧ୍ୟରେ ଚୁକ୍ତି ଭାଙ୍ଗି ଯାଇଛି । ଏହି ଦୁଇ ଷ୍ଟୁଡିଓ 2015ରୁ ‘ସ୍ପାଇଡରମ୍ୟାନ’ ଫିଲ୍ମର ବ୍ରାଣ୍ଡ ସେୟାର କରିଆସୁଥିଲେ ।

ପ୍ରକାଶ ଥାଉକି ପୂର୍ବ ବୁଝାମଣାରେ କେବଳ ସୋନି ଦ୍ବାରା ନିର୍ମାଣ ହୋଇଥିବା 2017 ଏବଂ 2019ରେ ଆସିଥିବା ‘ସ୍ପାଇଡରମ୍ୟାନ’ ଫିଲ୍ମ ନିର୍ମାତା ରୂପେ ମାର୍ବଲର ମଧ୍ୟ ନାଁ ନିଆଯାଇଥିଲା । ଏହି ଫିଲ୍ମରେ ଟମ ହାଲ୍ୟାଣ୍ଡ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଉ ଏହି ଦୁଇଟି ଫିଲ୍ମ ବ୍ଲକବଷ୍ଟର ମଧ୍ୟ ସାବ୍ୟସ୍ତ ହୋଇଥିଲା ।

ନିକଟରେ ଡିଜ୍ନି ଏବଂ ସୋନି ମଧ୍ୟରେ ଚାଲିଥିବା ଚୁକ୍ତିକୁ ଭାଙ୍ଗି ଦିଆଯାଇଛି । କାରଣ ଆଗକୁ ଆସିବାକୁ ଥିବା ଫିଲ୍ମ ଗୁଡିକରେ ସେମାନେ ଅର୍ଥ ବିନିଯୋଗ କରିବାରେ ଅସମର୍ଥ ଅଟନ୍ତି ଏନେଇ ସୂଚନା ଦେଇଛନ୍ତି ଦୁଇ ଷ୍ଟୁଡିଓ ।

ଖବର ଅନୁଯାୟୀ ମାର୍ବଲ ଅଧ୍ୟକ୍ଷ କେଭିନ ଫିଗେ ଏହି ଦୁଇଟି ଫିଲ୍ମ ‘ସ୍ପାଇଡର ମ୍ୟାନ: ଫାର କମ ହୋମ’ ଏବଂ ‘ସ୍ପାଇଡର ମ୍ୟାନ : ହୋମକମିଂ’ରେ କ୍ରିଏଟିଭ ଲିଡ ରୂପେ କାମ କରିଥିଲେ ।

ଏବେ ତାଙ୍କୁ ଆଗାମୀ ଫିଲ୍ମରେ ସେହିପର୍ଯ୍ୟନ୍ତ କୌଣସି ଭୂମିକାରେ କାମ ମିଳିବ ନାହିଁ, ଯେପର୍ଯ୍ୟନ୍ତ ଦୁଇ କମ୍ପାନୀ ମଧ୍ୟରେ କୌଣସି ନୂଆ ଚୁକ୍ତି ନହେଉଛି । ସୋନି ପିକ୍ଚର୍ସର ଅଧିକାରୀ ଟ୍ବିଟର ଆକାଉଣ୍ଟରେ ଏକ ବୟାନ ଜାରି କରାଯାଇଛି ଏହାର ସୂଚନା ଦିଆଯାଇଛି । ଏହି ଖବରରେ ଏବେ ମାର୍ବଲ ପ୍ରଶଂସକ ଓ ‘ସ୍ପାଇଡରମ୍ୟାନ’ ଦର୍ଶକ ଖୁବ୍ ନିରାଶ ହୋଇଛନ୍ତି ।

Intro:Body:

gg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.