ନୂଆଦିଲ୍ଲୀ: କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନ । ତେବେ ଏ ଖବର ଆସିବା ପରେ ସାରା ଦେଶରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତେ । ନେତା, ରାଜନେତା, ଅଭିନେତା, ଅଭିନେତ୍ରୀ, କ୍ରୀଡ଼ା ଜଗତ ସମସ୍ତେ ସେମାନଙ୍କୁ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ବର୍ତ୍ତମାନ ଉଜୈନ ମନ୍ଦିରରେ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କ ଆରୋଗ୍ୟ କାମନା ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରୁଛନ୍ତି ତାଙ୍କ ଫ୍ୟାନ୍ସ ।
-
Madhya Pradesh: Special prayers being offered for the good health of Amitabh Bachchan & Abhishek Bachchan at a temple in Ujjain.
— ANI (@ANI) July 12, 2020 " class="align-text-top noRightClick twitterSection" data="
Actor Amitabh Bachchan & son Abhishek Bachchan tested #COVID19 positive & both admitted to a hospital. pic.twitter.com/sx12Am8InA
">Madhya Pradesh: Special prayers being offered for the good health of Amitabh Bachchan & Abhishek Bachchan at a temple in Ujjain.
— ANI (@ANI) July 12, 2020
Actor Amitabh Bachchan & son Abhishek Bachchan tested #COVID19 positive & both admitted to a hospital. pic.twitter.com/sx12Am8InAMadhya Pradesh: Special prayers being offered for the good health of Amitabh Bachchan & Abhishek Bachchan at a temple in Ujjain.
— ANI (@ANI) July 12, 2020
Actor Amitabh Bachchan & son Abhishek Bachchan tested #COVID19 positive & both admitted to a hospital. pic.twitter.com/sx12Am8InA
ଉଜୈନ ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଚାଲୁଥିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଅମିତାଭ ଏବଂ ଅଭିଷେକଙ୍କ ଫଟୋ ମଧ୍ୟ ଧରିଥିବାର ଦେଖିବାରୁ ମିଳିଥିଲା । ଅମିତାଭ ଏବଂ ଅଭିଷେକଙ୍କ ପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ମଧ୍ୟ କୋଭିଡ-19 ଟେଷ୍ଟ ପଜିଟିଭ୍ ବାହାରିଛି ।ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଖବର ବିଷୟରେ ସୂଚନା ଦେଇଛନ୍ତି ।
ଶନିବାର ରାତିରେ ଅମିତାଭ ଏକ ଟ୍ବିଟ କରି ଲେଖିଛନ୍ତି ଯେ, କୋଭିଡ-19 ପରୀକ୍ଷା ପଜିଟିଭି ଆସିଛି । ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି । ପରିବାର, ଷ୍ଟାଫ ଆଦି ସଭିଙ୍କର ପରୀକ୍ଷା କରାଯାଉଛି । ରିପୋର୍ଟକୁ ଅପେକ୍ଷା । ଯେଉଁମାନେ ଗତ 10 ଭିତରେ ମୋ ସହ ମିଶିଛନ୍ତି ଦୟାକରି ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ ।
ଏହାପରେ ଅଭିଷେକ ଟ୍ବିଟ କରି କହିଛନ୍ତି, ସେ ଓ ତାଙ୍କ ବାପା ଉଭୟେ କୋରୋନା ସଂକ୍ରମିତ ରହିଛନ୍ତି । ଉଭୟଙ୍କର କିଛି ବିଶେଷ ଲକ୍ଷଣ ନଥିଲା ଓ ଆମେ ହସ୍ପିଟାଲରେ ଭର୍ତ୍ତି ହୋଇଛୁ ବୋଲି ଲେଖିଛନ୍ତି । ଆମେ ସମସ୍ତ ଅବଶ୍ୟକୀୟ ସୂଚନା କର୍ତ୍ତୃପକ୍ଷଙ୍କୁ ଜଣାଉଛୁ ଓ ପରିବାର ଓ ଷ୍ଟାଫଙ୍କର କୋରୋନା ପରୀକ୍ଷା କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଭୟଭୀତ ନହୋଇ ଶାନ୍ତ ରୁହନ୍ତୁ ।