ETV Bharat / sitara

ରିୟା, ସୌଭିକ ଜାମିନ ଆବେଦନ ଖାରଜ - Special Court Rejects Bail Pleas Of Rhea

ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ଅବଦୁଲ ବାସିତ୍, ଜାଇଡ ଭିଲାତ୍ରା, ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଡ୍ରଗ୍ସ ଲିଙ୍କ, ସ୍ବତନ୍ତ୍ର କୋର୍ଟରୁ ଖାରଜ ହେଲା ରିୟା, ସୌଭିକଙ୍କ ଜାମିନ ଆବେଦନ

author img

By

Published : Sep 11, 2020, 1:13 PM IST

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ତାଙ୍କୁ ମୁଖ୍ୟ ଖଳନାୟିକା କୁହାଯାଉଥିବା ବେଳେ ସେ ଏବେ ଏହି ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି।

ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ଅବଦୁଲ ବାସିତ୍, ଜାଇଡ ଭିଲାତ୍ରା, ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତକାଲି କୋର୍ଟରେ ଶୁଣାଣି ବେଳେ ଏନସିବି ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏଥିରେ କୁହାଯାଇଥିଲା ଯେ ସୌଭିକ୍ ଚକ୍ରବର୍ତ୍ତୀ ଡ୍ରଗ୍ସ ଯୋଗାଣ ସହିତ ଜଡିତ ଏକ ଡ୍ରଗ୍ ସିଣ୍ଡିକେଟ୍ ର ଜଣେ ସକ୍ରିୟ ସଦସ୍ୟ।

ସୌଭିକଙ୍କୁ ଜାମିନକୁ ବିରୋଧ କରୁଥିବାବେଳେ ଏନସିବି କହିଛି ଯେ ଯଦି ଜାମିନରେ ମୁକ୍ତ ହୁଏ ତେବେ ସେ ପ୍ରମାଣକୁ ନଷ୍ଟ କରିପାରନ୍ତି । ଏବଂ ରିୟା ତାଙ୍କ ଅର୍ଥ ବଳର ବ୍ୟବହାର କରି କେସ୍ ଜିତିବାକୁ ଚେଷ୍ଟା କରିବେ।

ଜୁଲାଇ 28 ରେ ବିହାରରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ରାଜପୁତଙ୍କ ପିତା କେ.କେ ସିଂଙ୍କ ଦ୍ବାରା ପ୍ରଥମ ମାମଲା ରୁଜୁ ହୋଇଥିଲା। ରିପୋର୍ଟ ଦାଖଲ ହେବା ପରେ ଇଡି ଜୁଲାଇ 31 ରେ ସ୍ୱର୍ଗତ ଅଭିନେତାଙ୍କ ମୃତ୍ୟୁ ମାମଲାରେ ଏକ ଏନଫୋର୍ସମେଣ୍ଟ କେସ୍ ପଞ୍ଜୀକୃତ କରିଥିଲା। ଜୁନ୍ 14 ରେ ତାଙ୍କ ମୁମ୍ବାଇ ନିବାସରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.