ETV Bharat / sitara

ପ୍ରଭାସଙ୍କ ହଲିଉଡ ଡେବ୍ୟୁକୁ ଗୁଜବ କହିଲେ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର

author img

By

Published : May 27, 2021, 1:32 PM IST

କିଛି ଦିନରୁ ଚର୍ଚ୍ଚା ଜୋର ଧରିଥିଲା ଯେ ହଲିଉଡ ଫିଲ୍ମରେ ନଜର ଆସିବେ ପ୍ରଭାସ । ଯାହାକୁ ଖଣ୍ଡନ କରିଛନ୍ତି ହଲିଉଡ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: 'ବାହୁବଳୀ’ର ସଫଳତା ପରେ ସାଉଥ ଷ୍ଟାର ପ୍ରଭାସ ବିଶ୍ବବ୍ୟାପୀ ସ୍ବୀକୃତି ଲାଭ କରିଛନ୍ତି । ଆଜି ତାଙ୍କୁ ଅନ୍ୟ କୌଣସି ପରିଚୟ ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ ସେ ଅନେକ ବଡ ଫିଲ୍ମ ଅଫର ପାଇବାରେ ଲାଗିଛନ୍ତି । ପ୍ରଭାସ କେବଳ ସାଉଥ ଫିଲ୍ମରୁ ନୁହେଁ, ବଲିଉଡରୁ ମଧ୍ୟ ଫିଲ୍ମ ମିଳିବାରେ ଲାଗିଛି। ସେହିପରି କିଛି ଦିନରୁ ସେ ହଲିଉଡ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ ।

  • While he‘s a very talented man, we’ve never met.

    Welcome to the internet. https://t.co/mvVFP6N4zV

    — Christopher McQuarrie (@chrismcquarrie) May 26, 2021 " class="align-text-top noRightClick twitterSection" data=" ">

While he‘s a very talented man, we’ve never met.

Welcome to the internet. https://t.co/mvVFP6N4zV

— Christopher McQuarrie (@chrismcquarrie) May 26, 2021

ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଟମ କ୍ରୁଜଙ୍କ ସୁପରହିଟ ହଲିଉଡ ଫ୍ରାଞ୍ଚାଇଜ ‘ମିଶନ ଇମ୍ପସିବଲ 7’ରେ ଦେଖିବାକୁ ମିଳିବ ବୋଲି କହୁଯାଉଥିଲା । ଯାହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମ୍ୟାକକ୍ୟୁରି ସିଜନ 7 ପାଇଁ ପ୍ରଭାସଙ୍କ ସହ ସମ୍ପର୍କ କରିଥିଲେ । ସେ ଏହି ଫିଲ୍ମରେ ପ୍ରଭାସଙ୍କୁ ଏକ ମୁଖ୍ୟ ଭୂମିକା ପାଇଁ କାଷ୍ଟ କରିବାକୁ ଚାହୁଁଛନ୍ତି ।

ହେଲେ ଏହି ଚର୍ଚ୍ଚା ଉପରେ ଫୁଲଷ୍ଟପ ଲଗାଇଛନ୍ତି ନିର୍ଦ୍ଦେଶକ । ଆଉ ଏହି ଖବରକୁ ଗୁଜବ କହିଛନ୍ତି ସେ । ବୁଧବାର ସେ ଏକ ଟ୍ବିଟ କରି ଲେଖିଥିଲେ, ‘ପ୍ରଭାସ ଜଣେ ଦକ୍ଷ ବ୍ୟକ୍ତି, କିନ୍ତୁ ଆମେ କେବେ ସାକ୍ଷାତ କରିନାହୁଁ । ଇଣ୍ଟରନେଟକୁ ସ୍ବାଗତ ।’

ମୁମ୍ବାଇ: 'ବାହୁବଳୀ’ର ସଫଳତା ପରେ ସାଉଥ ଷ୍ଟାର ପ୍ରଭାସ ବିଶ୍ବବ୍ୟାପୀ ସ୍ବୀକୃତି ଲାଭ କରିଛନ୍ତି । ଆଜି ତାଙ୍କୁ ଅନ୍ୟ କୌଣସି ପରିଚୟ ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ ସେ ଅନେକ ବଡ ଫିଲ୍ମ ଅଫର ପାଇବାରେ ଲାଗିଛନ୍ତି । ପ୍ରଭାସ କେବଳ ସାଉଥ ଫିଲ୍ମରୁ ନୁହେଁ, ବଲିଉଡରୁ ମଧ୍ୟ ଫିଲ୍ମ ମିଳିବାରେ ଲାଗିଛି। ସେହିପରି କିଛି ଦିନରୁ ସେ ହଲିଉଡ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ ।

  • While he‘s a very talented man, we’ve never met.

    Welcome to the internet. https://t.co/mvVFP6N4zV

    — Christopher McQuarrie (@chrismcquarrie) May 26, 2021 " class="align-text-top noRightClick twitterSection" data=" ">

ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଟମ କ୍ରୁଜଙ୍କ ସୁପରହିଟ ହଲିଉଡ ଫ୍ରାଞ୍ଚାଇଜ ‘ମିଶନ ଇମ୍ପସିବଲ 7’ରେ ଦେଖିବାକୁ ମିଳିବ ବୋଲି କହୁଯାଉଥିଲା । ଯାହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମ୍ୟାକକ୍ୟୁରି ସିଜନ 7 ପାଇଁ ପ୍ରଭାସଙ୍କ ସହ ସମ୍ପର୍କ କରିଥିଲେ । ସେ ଏହି ଫିଲ୍ମରେ ପ୍ରଭାସଙ୍କୁ ଏକ ମୁଖ୍ୟ ଭୂମିକା ପାଇଁ କାଷ୍ଟ କରିବାକୁ ଚାହୁଁଛନ୍ତି ।

ହେଲେ ଏହି ଚର୍ଚ୍ଚା ଉପରେ ଫୁଲଷ୍ଟପ ଲଗାଇଛନ୍ତି ନିର୍ଦ୍ଦେଶକ । ଆଉ ଏହି ଖବରକୁ ଗୁଜବ କହିଛନ୍ତି ସେ । ବୁଧବାର ସେ ଏକ ଟ୍ବିଟ କରି ଲେଖିଥିଲେ, ‘ପ୍ରଭାସ ଜଣେ ଦକ୍ଷ ବ୍ୟକ୍ତି, କିନ୍ତୁ ଆମେ କେବେ ସାକ୍ଷାତ କରିନାହୁଁ । ଇଣ୍ଟରନେଟକୁ ସ୍ବାଗତ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.