ETV Bharat / sitara

ଆମୀରଙ୍କ ‘ଲାଲ ସିଂ ଚଡ୍ଡା’ରେ ସାଉଥ ଷ୍ଟାର ନାଗା

author img

By

Published : Mar 16, 2021, 3:14 PM IST

ବଲିଉଡରେ ଦେଖିବାକୁ ମିଳିବ ଟଲିଉଡ ଷ୍ଟାର ନାଗାଙ୍କ ଅଭିନୟର ଯାଦୁ । ମିଷ୍ଟର ପରଫେକ୍ସନିଷ୍ଟଙ୍କ ସହ ନଜର ଆସିବେ ନାଗା ଚୈତନ୍ୟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କାରଣ ସୁପରଷ୍ଟାର ଆମୀର ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଜରିଆରେ ବଲିଉଡ ଡେବ୍ୟୁ କରିବେ ସାଉଥ ଆକ୍ଟର ନାଗା । ଆମୀରଙ୍କ ଅଭିନୀତ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଭିନୟ କରିବା ପାଇଁ ନାଗାଙ୍କୁ ଆପ୍ରୋଚ କରିଛନ୍ତି ମେକର୍ସ ।

ନାଗାଙ୍କ ପୂର୍ବରୁ ସାଉଥ ଷ୍ଟାର ବିଜୟ ସେତୁପଥି ‘ଲାଲ ସିଂ ଚଡ୍ଡା’ରେ ଅଭିନୟ କରିବାକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏବେ ଲାଗୁଛି ବିଜୟକୁ ଏହି ଫିଲ୍ମରୁ ରିପ୍ଲେସ କରିବେ ନାଗା । ଆଉ ଆସନ୍ତା ମେ ମାସରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ସେ ।

ହେଲେ ଏଯାବତ ଆମୀର କିମ୍ବା ନାଗାଙ୍କ ତରଫରୁ ଏହାକୁ ନେଇ କୌଣସି ଅଧିକାରୀକ ସୂଚନା ଦିଆଯାଇନାହିଁ । ପ୍ରକାଶ ଥାଉକି ଆମୀର ବ୍ୟତୀତ ଏହି ଫିଲ୍ମରେ ବି-ଟାଉନର ବେବୋ କରୀନା କପୁର ଖାନଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.