ETV Bharat / sitara

‘ପେନ୍‌ସୁଲା’ର ଜବରଦସ୍ତ ଟ୍ରେଲର ରିଲିଜ, ବିଦେଶୀ ଫିଲ୍ମରେ ଦେଶୀ ତଡକା

ଶୁକ୍ରବାର ରିଲିଜ ହୋଇଯାଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ପେନ୍‌ସୁଲା’ର ଟ୍ରେଲର । ଆସନ୍ତା 27 ତାରିଖରେ ସିନେମାହଲରେ ଫିଲ୍ମ ଦେଖିବେ ଦର୍ଶକ । ଫିଲ୍ମରେ ଅଛି ଅନୁରାଗଙ୍କ କନେକ୍ସନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Nov 14, 2020, 2:15 PM IST

ମୁମ୍ବାଇ: ଲକଡାଉନ ଶେଷ ହେବା ପରେ ଦେଶର ସିନେମାହଲ ଖୋଲାଯାଇଛି । ଆଉ ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ଫିଲ୍ମ ‘ପେନ୍‌ସୁଲା’ର ନିର୍ମାତା ଏହାର ଜବରଦସ୍ତ ଟ୍ରେଲର ରିଲିଜ କରିଛନ୍ତି । ଏହି ଫିଲ୍ମଟି ହେଉଛି 2016ରେ ଆସିଥିବା ଦକ୍ଷିଣ କୋରିଆର ସୁପରହିଟ୍ ଫିଲ୍ମ ‘ଟ୍ରେନଂ ଟୁ ବୁସାନ୍’ର ସିକ୍ବେଲ । ଫିଲ୍ମ ରିଲିଜ ନହେବା ପର୍ଯ୍ୟନ୍ତ ଦର୍ଶକ ଏବେ ଟ୍ରେଲର ଦ୍ବାରା ବେଶ୍ ମନୋରଞ୍ଜନ ହେଉଛନ୍ତି । ସବୁଠୁ ମୁଖ୍ୟ କଥା ହେଲା ଯେ ଏହି ବିଦେଶୀ ଫିଲ୍ମରେ ଦେଶୀ ତଡକା ଲଗାଇ ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି ମେକର୍ସ ।

ଆଜ୍ଞା ହଁ, 2013ରେ ଆସିଥିବା ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଥ୍ରିଲର, ଡ୍ରାମା ଫିଲ୍ମ ‘ଅଗ୍ଲି’ର ସଙ୍ଗୀତକୁ ‘ପେନ୍‌ସୁଲା’ରେ ପର୍ଯ୍ୟବେଶିତ କରାଯାଇଛି । ଏହି ଦକ୍ଷିଣ କୋରିଆ ଫିଲ୍ମର ନିର୍ମାତା ଜୋମ୍ବି ସହିତ ଲଢିବା ସମୟରେ ବ୍ୟବହାର କରୁଥିବା ସଙ୍ଗୀତ କାଶ୍ୟପଙ୍କ ଫିଲ୍ମରୁ ନିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

  • " class="align-text-top noRightClick twitterSection" data="">

ସେପଟେ ଏହି ମାମଲାରେ ପ୍ରତିକ୍ରିୟା ଦେଇ ଅନୁରାଗ କହିଛନ୍ତି, ‘ମତେ ସବୁବେଳେ ୟୋନ ହୋ ଏବଂ ତାଙ୍କ କାମ ଭଲ ଲାଗେ । ସୌଭାଗ୍ୟ ବଶତଃ ମୁଁ ତାଙ୍କ ସହ 2016ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ସମୟରେ ଭେଟିଥିଲି । ମୁଁ ବହୁତ ଖୁସି ଏବଂ ଉତ୍ସାହିତ ମଧ୍ୟ ଅଛି ଯେ ମୁଁ ଫିଲ୍ମ ଅଗ୍ଲିର ସଙ୍ଗୀତକୁ ପେନ୍‌ସୁଲାର ନିର୍ମାତା ଦେଶରେ ରିଲିଜ କରିଥିବା ଟ୍ରେଲରରେ ବ୍ୟବହାର କରିଛନ୍ତି । ମତେ ଫିଲ୍ମର ଟ୍ରେଲର ଖୁବ୍ ପସନ୍ଦ ଆସିଛି । ଆଉ ଟ୍ରେଲର ସ୍ଥିତିକୁ ଖାପ ଖାଉଛି ଏହି ସଙ୍ଗୀତ ।’ ଆସନ୍ତା 27 ତାରିଖରେ ରିଲିଜ ହେବାକୁ ଯାଉଛି ଏହି ହରର ଡ୍ରାମା ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.